Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta None

Inspirational

2  

Abhakanta None

Inspirational

ବ୍ୟବହାର

ବ୍ୟବହାର

1 min
6.8K


ସଂସାରରେ ସଦା ବ୍ୟଵହାରେ ବନ୍ଧା ରହିଥାଏ ମନୁଷ୍ୟତା

ଧୈର୍ଯ୍ୟସ୍ନାତା ହେଲେ ବ୍ୟବହାର ହେଳେ ଘୋଳଇ ଗାଢ଼ ଶତ୍ରୁତା ।

ସ୍ନେହ ଆଉ ଭକ୍ତି ବ୍ୟବହାର ଶକ୍ତି ମାନବତାର ମେଖଳା

ସଞ୍ଚି ବର୍ଷ ବର୍ଷ ରଚଇ ଆଦର୍ଶ ମଧୁରତା ହେଲେ ଘୋଳା ।

ବ୍ୟବହାର ଦୁଇ ପର୍ଯ୍ୟାୟକୁ ନେଇ ସରବଦା ବଣ୍ଟା ହୁଏ

ପ୍ରଥମ ମନୁଷ୍ୟୋଚିତ୍ତ ଅନ୍ୟ ଅଂଶ ସଂସାରୋଚିତ୍ତ ବୋଲାଏ ।


ମନୁଷ୍ୟୋଚିତ୍ତର ବଳେ ବ୍ୟବହାର କରେ ମାନବତା ପୁଷ୍ଟ

ପାଏ ଆତ୍ମଶାନ୍ତି କର୍ମେ ରତି ରତି ମଜ୍ଜି ସଦା ରୁହେ ହୃଷ୍ଟ ।

ସଂସାରୋଚିତ୍ତରେ ବ୍ୟବହାର ଧରେ ଯଶ, ଗୁଣ, ପଉରୁଷ

ଅଥବା ବନ୍ଦିତ ନ ହୋଇ ନିନ୍ଦିତ ହୋଇ ରଚେ ଇତିହାସ ।

ସର୍ବୋପରି ଏଇ ବ୍ୟବହାର ହୋଇ ପାରିଲେ ଅମୃତମୟ

ଯୁଗାନ୍ତ ପାଇଁକି ରଖିଯାଏ ଭାଇ ମାନବତା ପରିଚୟ ।


Rate this content
Log in

Similar oriya poem from Inspirational