Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

ମଳୟ ମିଳିଲା ମିଳନ ରାହାରେ

ମଳୟ ମିଳିଲା ମିଳନ ରାହାରେ

1 min
1.2K


ମଳୟ ମିଳିଲା ମିଳନ ରାହାରେ

 

ଆଭାକାନ୍ତ ମହାନ୍ତି

 

ମଳୟ ମିଳିଲା ମିଳନ ରାହାରେ

       ମଳିନ ହେଉ ବି ମୋହ

ବୟସର ବାଡ଼ ଭୁଲାଏ କି କେବେ

       ସେ ରାଗ ମୂର୍ଚ୍ଛନା କୋହ । ୦ ।

 

ଅନୁଭବଟିଏ ଦେଇଥିଲ ପରା   

       ପ୍ରଥମ ଚୁମ୍ବନ ମାଖି

ଆଜି ବି ସ୍ମୃତିରେ ସୁତୁରା ସୂରୁଯ

       ସମାନ ରହିଛି ଲାଖି

କେବେହେଲେ ପ୍ରିୟେ କରମର ସୁଏ

       ଭୁଲି କି ହୁଅଇ କୁହ ? । ୧ ।

 

ପ୍ରଥମ ଦେଖାର ପ୍ରଥମ ପ୍ରହରେ

       ପ୍ରଥମ ଚକ୍ଷୁ-ମିଳନ

ପ୍ରଥମ ପ୍ରେମର ପ୍ରଥମ ପରଶ

       ପ୍ରଥମର ଶିହରଣ

ଶେଷଶ୍ୱାସ ଯାଏ ସେମିତି ଥିବ ଗୋ

       ସଳିତା ସାଜୁ ବି ଦେହ । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in