Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Romance

1.7  

Chittaranjan Lenka

Romance

ବିରହୀ କପୋତ

ବିରହୀ କପୋତ

1 min
6.0K


କବିତା ନୁହଁଇ       ସତରେ ଲୋ ସଖି

ମୋ ମନ ତୋ ପାଶେ ବନ୍ଧା

କେମିତି ବୁଝିବୁ       ସେଥିପାଇଁ ମୋର

ଜୀବନ ନିନ୍ଦାରେ ଛନ୍ଦା


ପ୍ରଶ୍ନର ଉତ୍ତର              କେମିତି କରିବି

ତୋ ପାଶରେ ଯଦି ମନ

ଉତ୍ତର ବଦଳେ ପ୍ରଶ୍ନ ଲେଖିଦେଲେ

ଦେବେନି କି ଅପମାନ?


ନିର୍ଜନ ଦ୍ୱୀପରେ           ବସିଛି ମୁଁ ଏକା

ନୀଳ ଆକାଶକୁ ଚାହିଁ

ଡେଣା ମେଲି ସବୁ          ଉଡି ଯାଉଛନ୍ତି

ବିରହୀ କପୋତ ମୁହିଁ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in