Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

2  

Disambar Meher

Others

ଭାବନାରେ ଆସୁଛ ତୁମେ..

ଭାବନାରେ ଆସୁଛ ତୁମେ..

1 min
294



ଭାବୁଛି ଭାବୁକ ସାଜି

କାଳେ ତୁମେ ଭାବନାରେ ଆସିବ

ବସନ୍ତର ବାସନ୍ତି ସାଜି ନା

ଫଗୁଣର ଫଗୁ ରଙ୍ଗରେ ଭିଜି ଆସିବ ।

ତୁମେ ଆସିବ ବୋଲି

ଫଲାସ ଫୁଲରେ ହାରଟେ କରିଛି

ଆଜି ବି ତୁମରି ଗୋଲାପକୁ

ଯତନେ ସାଇତି ସଜେଇ ରଖିଛି ।

ଚାତକ ସାଜି ଅନେଇ ବସିଛି

କେବେ ତୁମେ ଆସିବ ବୋଲି

ଫଗୁଣେ ଯଦି ଆସନ୍ତ

ଫଗୁରଙ୍ଗ ଦିଆନ୍ତି ଦେହସାରା ଢାଲି ।

ସତରେ ଆସୁନ ଭାବନାରେ

ଆସୁଛ ମିଛେଇ ପ୍ରଜାପତି ସାଜି

ସେ ଭାବନାରେ ଭାସି

ଶବ୍ଦରେ ତୁମକୁ ସଜେଇଛି ଆଜି ।


ଡିସମ୍ୱର ମେହେର

ଗଣ୍ତାବାହାଲି ନୂଆପଡା


Rate this content
Log in