Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Others

3  

Prasant Kumar Nath

Others

ଭୋକ

ଭୋକ

1 min
310


କୁନି ପିଲାଟିକୁ ଭୋକ ଲାଗେ ଯେବେ

ରାଆ ଧରି ସିଏ କାନ୍ଦଇ

ମାଆରୁ ସ୍ତନରୁ କ୍ଷୀର ପିଇ ଦେଇ

ଭୋକକୁ ତାହାର ମାରଇ ।


ଗାଈ ବଳଦକୁ ଭୋକ ଲାଗେ ଯେବେ

ଏଠି ସେଠି ମୁହଁ ମାରନ୍ତି

ନପାଇଲେ ଖାଦ୍ୟ ଭୋକିଲା ପେଟରେ

ଅନ୍ୟର ବାଡ଼ିରେ ପଶନ୍ତି ।


କୁକୁରକୁ ଯେବେ ଲାଗୁଥାଏ ଭୋକ

ମୁନିବ ପାଖକୁ ଧାଆନ୍ତି

ଏପାଖ ସେପାଖ ଚାରିପାଖେ ବୁଲି

କୁଉଁ କୁଉଁ ଖାଲି ହୁଅନ୍ତି ।


ବିଲେଇକୁ ଭୋକ ଲାଗୁଥାଏ ଯେବେ

ଲୁଚି ଲୁଚି ସିଏ ଆସନ୍ତି

କ୍ଷୀର କି ଆମିଷ ନଜରେ ପଡିଲେ

ଚୋରେଇ ସେମାନେ ଖାଆନ୍ତି ।


ପେଟରେ ଭୋକକୁ ଯେତେ ଚାହିଁଲେବି

ସହଜରେ ରୋକି ହୁଏନା

ସେମିତି ପେଟରେ ରାଜୁତି କରେ ସେ

ଯେପର୍ଯ୍ୟନ୍ତ ଖାଦ୍ୟ ପାଏନା ।



Rate this content
Log in