Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradesh Kumar Pradhan

Others

1.8  

Pradesh Kumar Pradhan

Others

ତୁମ ପାଇଁ ...

ତୁମ ପାଇଁ ...

1 min
13.8K


ତୁମ ପାଇଁ ...


ଏ ମାଟି ତୁମର
ଏ ପାଣି ଏ ପବନ ତୁମର
ତୁମର ଏ ସାରା ସଂସାର
କେଉଁ ଅଧିକାରେ ହେବି
ମୁଁ ଆଉ କାହାର ?
ଏ ଶରୀର ତୁମର
ଏ ହୃଦୟ ତୁମର
ଏ ମନ ଏ ପ୍ରାଣ  ବି ତୁମର
କେଉଁ ଅଧିକାରେ ହେବି
ମୁଁ ଆଉ କାହାର ?
ମୁଁ ଦେଖିଛି ବିଦାୟ ବେଳାରେ
ବିରହ ଯନ୍ତ୍ରଣା ,
ମୁଁ ବି ହୋଇଛି
ସଂସାରି ମାୟାରେ ବାଟ ବଣା।
ଆଉ କେବେ
ଶୁଣିଛି ଏକ କ୍ଷୀଣ ସ୍ୱର ,
ଅକ୍ଷର ସହରେ ବୁଲିଛି
କୋଟି ଭାବନା କୁ ଛୁଇଁଛି
ଝୁରିଛି ତୁମ ପାଇଁ
ମରିଛି ତୁମ ପାଇଁ
ଆଖିରୁ ବହିଛି ଶ୍ରାବଣ ଧାର।
ତଥାପି
କେଉଁ ଅଧିକାରେ ହେବି
ମୁଁ ଆଉ କାହାର ?
ନାଁ ତୁମକୁ ସନେ୍ଦହ କରିପାରେ
ନାଁ ତୁମକୁ ଗାଳି ଦେଇପାରେ
ତୁମେ ମୋର  ବିଶ୍ୱାସ ,
ଯେଉଁଠୁ ଆରମ୍ଭ  ସେଇଠି ପହଞ୍ଚେ
ଅଡୁଆ ସୂତା ର ଖିଅ ପରି
ସମୟର ଚକ୍ରବୁ୍ୟହେ
ଯିବା ପାଇଁ ଚାହେଁ ଆଜି ସରି
ଶେଷ ଆଶା ପ୍ରିୟ ତୁମ ବାହୁ ଫାସ।


Rate this content
Log in