Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ମୃଗନୟନୀ -୧୩

ମୃଗନୟନୀ -୧୩

1 min
1.3K


ମୃଗନୟନୀ -୧୩

କାଶ୍ୟପ, ରାମ ବିଶୋଇ, ରାୟଗଡା 

ତୁମେ ନାହଁ ବୋଲି

ବାଦଲ ହେଲା ପାଗଳ

ବିନା ବାଦଲରେ

ଆକାଶ ଲାଗେ ଅନ୍ଧାର,

ଆଜିକାଲି ଛୁଇଁଦେଲେ

ଆସୁନାହିଁ ବସନ୍ତ,

ଗୀତ ଗାଇବା ଭୁଲିଗଲାଣି

ମୋ ବାଡ଼ିରେ ବସି କୋଇଲି,

ଫିକାଫିକା ଲାଗୁଛି

ସବୁ ଇଚ୍ଛାକନ୍ୟାମାନଙ୍କ ଦାବି । (୧)

 

ଜଡତା ସିନା ଦେଇ ଚାଲିଗଲ

ଲେଖିଦେଲ

ସବୁଦିନ ପାଇଁ ମୋ କପାଳେ

ପଲିଥିନର ଭାଗ୍ୟ,

ନା ମିଶିପାରୁଛି ମାଟିରେ

ନା ବଜାୟ ରଖିପାରୁଛି ଅସ୍ତିତ୍ବ । (୨)

 

କହିବାକୁ ବାକିଅଛି

ଲେଖିବାକୁ ବାକିଅଛି

ଅନେକ କିଛି

ତୁମେ ନାହଁ ବୋଲି,

ସ୍ୱପ୍ନରେ ନ ଆସ ପଛେ ପାଖକୁ ମୋର

ଆସ କିନ୍ତୁ ଥରେ

ମୋ ବନ୍ଧୁଙ୍କ ସ୍ୱପ୍ନରେ

ଠିକଣା ସେ ଦେବେନି ବତାଇ

ପ୍ରୟତମା ମୋର

ମୃଗନୟନୀ । (୩)

 


Rate this content
Log in