Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Others

3  

Padmalaya Mishra

Others

ଈଶ୍ବରଙ୍କ ବରଦାନ

ଈଶ୍ବରଙ୍କ ବରଦାନ

1 min
14K


ଜୀବନର ସୃଷ୍ଟି ସେଥିରେ ସମଷ୍ଟି

ସୁଖ-ଦୁଃଖ ହସ-ଲୁହ

ମିଳନ-ବିଚ୍ଛେଦ ଆନନ୍ଦ ଓ ଖେଦ

ଅଭିମାନ ପୁଣି ମୋହ ।

ବିଧାତା ରଚନା ଇନ୍ଦ୍ରିୟ କାମନା

ଭରିଅଛି ଏଇମନେ

ସବୁ ମଧ୍ୟେ ସାର ପ୍ରେମର ମନ୍ଦିର

ରହିଛି ହୃଦୟ କୋଣେ ।

ବିଶ୍ଵାସର ଡୋରେ ହୃଦୟ ସହରେ

ପ୍ରେମ ସୌଧ ଗଢି ଉଠେ

ଆସୁ ପଛେ ଝଡ଼ ଯନ୍ତ୍ରଣାର ମୋଡ

ପୂଜା ଚାଲେ ସେହି ପୀଠେ ।

ଦୁଃଖର ସାଗରେ ଭରସାର ତୀରେ

ଶାମୁକା ଭିତରେ ମୋତି

ଧନ ଅଟେ ପ୍ରେମ ସେଇ ଚାରିଧାମ

ସାଉଁଟିବା ଚାଲ ପ୍ରୀତି ।

ଈଶ୍ବରଙ୍କ ବାସ ପ୍ରେମର ଉଆସ

ବୁଝି ଅବୁଝା କି ପାଇଁ

ତେଜି ରାଗ ରୋଷ ପ୍ରେମେ ହୋଇ ବସ

ଆଣିବା ଖୁସି ଫେରାଇ ।

ପ୍ରେମ ପୂର୍ଣ୍ଣ ଧରା ପ୍ରେମର ପହରା

ପ୍ରେମ ଜୀବନ ଆଧାର

ପ୍ରେମର ସମ୍ପତ୍ତି ହୋଇବନି ଇତି

ପ୍ରେମ ହିଁ ଅଟେ ସଂସାର ।।

...........ପଦ୍ମାଳୟା


Rate this content
Log in