Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Minakshi Samal

Inspirational

5.0  

Minakshi Samal

Inspirational

ଚେସ୍ ର ରାଜା

ଚେସ୍ ର ରାଜା

1 min
261



ଚେସ୍ ର ରାଜାସେ ଅଟଇ ଓ୍ବଜୀର

ଅଟେ ସେ କେନ୍ଦ୍ର ଖେଳର

ଆରମ୍ଭରୁ ନେଇ ଖେଳ ଶେଷ ଯାଏ

ଥାଏ ମହତ୍ତ୍ଵ ରାଜାର।

ରାଣୀ ର ଭୂମିକା ପ୍ରଧାନ ଅଟଇ

ଚେସ୍ ର ଗୋଟିଙ୍କ ମଧ୍ୟେ

କିନ୍ତୁ ରାଜା ବିନା ଖେଳ ଅସମ୍ପୂର୍ଣ୍ଣ

ହାରିଯାଏ ଯଦି ଦ୍ବନ୍ଦ୍ବେ।

ଜୀବନ ଅବା ସମାଜରେ ଏପରି

ଚରିତ୍ର ମାନେ ମିଳନ୍ତି

ପରଷ୍ପର ପରିପୂରକ ହୋଇକି

ସହାବସ୍ଥାନ କରନ୍ତି।

ସଂସାରର ରଥ ସୁରୁଖୁରୁ ହୋଇ

ଆଗେ ଆଗେ ଗଡିଚାଲେ

ଗରବ ନକରି ମିଳିମିଶି ଚଳି

ଶାନ୍ତିରେ ବାସ କରିଲେ।



Rate this content
Log in