ବିଦ୍ରୋହ
ବିଦ୍ରୋହ
ରୋମାଣ୍ଟିକ କବି ମାୟାଧର ମାନସିଂହ
ଶୟନେ ଦିନେକ ପ୍ରିୟା ସ୍ୱର୍ଣ୍ଣ-ବାହୁ ତାର
ନିହି ମୋର ବକ୍ଷେ,କରି ଶୀତ୍କାର ସଞ୍ଚାର
ଶ୍ରୁତି ମୂଳେ ଲଗାଇ ତା' ଓଷ୍ଠ ମନୋରମ
କହିଲା ବିଦ୍ରୋହ-ବାଣୀ- ' ହେ ମୋର ପରମ,
ଗୃହକୋଣେ ଶେଷ କିହେ ହେବ ମୋ ଜୀବନ,
ନାରୀତ୍ବର ସାର୍ଥକତା ? ସ୍ୱାର୍ଥର ପୋଷଣ,
କ୍ଷୁଦ୍ରତାର ଆରାଧନା,ପତ୍ନୀର ବନ୍ଧନ,
ନାହିଁ ଲାଗେ ଭଲ ମତେ ।ମୁକ୍ତି ଆସ୍ଵାଦନ
ପ୍ରାଣ ମୋର ନିତ୍ୟ ଚାହେ,ଗୃହ ବୃହତ୍ତର
ମୋହର ନାରୀତ୍ବ ମାଗେ,ନିଖିଳ ଦେଶର
ସେବିକା ହେବା ମୋ ଇଛା, ଦିଅ ଅନୁମତି ।'
' ବାହୁ ଛିନ୍ନ କରି ଯାଅ ଦେଲି ମୁଁ ସମ୍ମତି '
କହିଲି ପ୍ରିୟାରେ ହସି ।ଶୁଣି ତାହା ପ୍ରିୟା
'କି କହ' 'କି କହ' କହି ଯୁକ୍ତିକଲା ହିୟା ।
ସମାପ୍ତ