ପୁତ୍ର-କନ୍ୟା
ପୁତ୍ର-କନ୍ୟା
ପୁତ୍ର ଯଦି ନାହିଁ ଦୁଃଖ କରନାହିଁ
କନ୍ୟା ପ୍ରତି ଧ୍ୟାନ ଦିଅ
ଆବଶ୍ୟକ ସ୍ଥଳେ କନ୍ୟା ହୋଇପାରେ
ଅତି ମୂଲ୍ୟବାନ ପୁଅ
ପୁତ୍ର ଯଦି ନାହିଁ କନ୍ୟା ଯଦି ନାହିଁ
ତଥାପି ନ କର ଦୁଃଖ
ପରକୁ ଆପଣା କରିବା ଢଙ୍ଗକୁ
ବଢାଇ ଦେବାଟା ଶିଖ
କନ୍ୟା ଆଉ ପୁତ୍ର ନେଲେ ସତପଥ
ନର୍କରୁ ହୁଏ ଉଦ୍ଧାର
ହେଲେ ଆଜିକାଲି ସମାଜକୁ ଦେଖ
ପାଇବ ନିଜେ ଉତ୍ତର
ମୋ ପ୍ରଶ୍ନ ଉତ୍ତର ମୋତେ କହିଦେବ
ଯାହାକୁ ଲାଗିବ ପିତା
ପୁତ୍ର କନ୍ୟା ଥାଇ ଅନାଥ ଆଶ୍ରମେ
କି କାରଣେ ପିତା ମାତା ???
ଚିତ୍ତରଞ୍ଜନ ଲେଙ୍କା,କଟକ