Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Romance

2  

Jagabandhu Sahu

Romance

ତୋ ସାଥେ ବନ୍ଧା ମୋ ଜୀବନ ଡୋରି

ତୋ ସାଥେ ବନ୍ଧା ମୋ ଜୀବନ ଡୋରି

1 min
198


ଫୁଲ ସାଥେ ଖେଳେ ଫୁଲେଇ ରାଣୀ ମୋ

କଥା କୁହା ସୁନା କଣ୍ଢେଇ

ହୃଦୟଟା ମୋର ଚହଲି ଯାଉଛି

ଦେଲେ ଥରେ ମୋତେ ଅନେଇ ।

ହୃଦୟ ଦ୍ବାରେ ସେ ହାତ ଠାରି ଡାକେ

ଆଖି କରି ମିଟି ମିଟି

ସଞ୍ଜ ନଇ ଆସେ ଗୋଧୁଳି ଲଗନେ

ଲେଖିଲେ ସେ ପ୍ରେମ ଚିଠି ।

ସେ ଚିଠିରେ ଲେଖା ପ୍ରତ୍ୟକ ଅକ୍ଷର

ଛୁଇଁ ହୃଦୟକୁ ମୋର

ଫେରିଯାଏ ପୁଣି ମୋ ପ୍ରିୟା ପାଖକୁ

ଦେଇ ବାରତାକୁ ତାର ।

ପାଇ ତା’ ବାରତା ଯାଉଥାଏ ଧାଇଁ

ଆମ ଗାଁ ନଈ କୂଳକୁ

ଆମରି ମିଳନ ଦେଖେ ରୂପା ଜହ୍ନ

ଆକାଶରେ ଥାଇ ଆମକୁ ।


Rate this content
Log in

Similar oriya poem from Romance