Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujat Kumar Sahoo

Inspirational Fantasy

2  

Sujat Kumar Sahoo

Inspirational Fantasy

ରୁଦ୍ଧଦ୍ୱାର

ରୁଦ୍ଧଦ୍ୱାର

1 min
1.2K


ରୁଦ୍ଧଦ୍ୱାର ମୁଁ

ଏକ ଖୋଲିବାକୁ ଚାହେଁ,

ଖୋଲି ଦିଅ ମୋତେ

କିଏ ଅଛ କେଉଁଠାରେ ।

ସୂର୍ଯ୍ୟାଲୋକ ପାଉ କକ୍ଷଟି ମୋହର,

ପାଉ ଶୁଦ୍ଧ ପରିମଳ,

ପବନ ଆହାର ।

ନୀଳ ପରୀଟିଏ

ଧାଇଁ ଆସୁ

ତାହାରି କୋଳକୁ ନେଇ

ସୁକୋମଳ ରତ୍ନ ପରିକର ।

ଆଉ ତୁମେ....

ଖୋଲିଥିବ ଯିଏ

ପବିତ୍ର କପଳେ ତା'ର...

ବୋଳିଦିଅ ଏକ ରକ୍ତ ଗାର ।

ହେଉ ସେ ସୀମନ୍ତି,

ପାଇ ସୀମନ୍ତ ନାଚି ଉଠୁ ତା କୋଳେ,

ସତ-ସତ କୁଳ-ବକୁଳ ।

ମେଲି ସେ ବକ୍ଷ,

ବୁଲିବ ମୁକ୍ତ ଆକାଶେ,

କହିବ ପାଇଛି ମୁଁ ଆଜି,

ମୋ ବିଲୁପ୍ତ ପ୍ରତିଭା ସକାଶେ ।

( ସୁଜାତ )

(ଦଳିତ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ)

26/10/2017.


Rate this content
Log in

Similar oriya poem from Inspirational