Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବଳରାମ ବାରିକ

Children Stories Others

3  

ବଳରାମ ବାରିକ

Children Stories Others

ବର୍ଷା ନାନୀ

ବର୍ଷା ନାନୀ

1 min
392




ବର୍ଷା ନାନୀ ଲୋ ବର୍ଷା ନାନୀ 

ତୁ ଦିଶୁଛୁ ବଡ଼ ସୁନ୍ଦରୀ।


ଝର୍କା ଏପଟେ ଥାଇ ମୁଁ ଦେଖୁଛି

ଚଞ୍ଚଳା ରୂପ ତୋହରି।


ଟିପ୍ ଟାପ୍ ବର୍ଷୁ କେବେ କେବେ 

କେତେବେଳେ ଲଗାଉ ତୁ ଝରୀ।


ବର୍ଷା ନାନୀ ଲୋ ବର୍ଷା ନାନୀ 

ତୁ ସତେ ଦିଶୁଛୁ ବଡ଼ ସୁନ୍ଦରୀ।


ଶାଗୁଆ ରଙ୍ଗର ଶାଢୀ ତୁ ପିନ୍ଧିଛୁ

ଲାଗୁଛୁ ସତେ କି ପରୀ।


କଳା ବାଦଲର କଜଳ ନାଇଛୁ

ଜନମନ କରୁ ଚୋରୀ।


ବର୍ଷା ନାନୀ ଲୋ

ଲାଲ ରଙ୍ଗର ଚୁଡା ତୁ ବାନ୍ଧିଛୁ

ହେବ କିଏ ତୋତେ ସରି।


ରାଗିଗଲେ ତୁହି ଗରଜି ଉଠୁ 

ନାହିଁ ତ ହାରି ଗୁହାରୀ।


ବର୍ଷା ନାନୀ ଲୋ

ପିଚ୍ କିନା ଯେବେ ହସିଦେଉ ତୁ 

ଟୋକାଏ ଯାଆନ୍ତି ମରି।


ଚାହାଣୀ ତୋର ମୃଗ ନୟନୀ ଲୋ 

କିମିଆ କରୁଛି ଭାରି।


ବର୍ଷା ନାନୀ ଲୋ

ଝାଡ଼ିଦେଉ ଯେବେ ଓଦା କେଶ ତୋର 

ଉଷ୍ମତାରେ ଯାଏ ପୁରି।


ରୁଣୁ ଝୁଣୁ ତୋର ନୁପୁର ଶୁଭଇ

ଶୁଭ୍ର ପଙ୍ଖକୁ ପ୍ରସାରୀ।


ବର୍ଷା ନାନୀ ଲୋ ।



Rate this content
Log in