Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

2.7  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଖୁଦୁରୁକୁଣୀ

ଖୁଦୁରୁକୁଣୀ

1 min
1.3K


(@ଶ୍ରୀମତୀ ଜ୍ୟୋତ୍ସ୍ନା ପୃଷ୍ଟି ,ସୌଭାଗ୍ୟ ନଗର ,ଭୁବନେଶ୍ବର )

**💐🙏😊**

😊🌹🍃🌷🍂🌹😊

(@ Jyotsna prusty , BBSR)

ଖିଲିଖିଲି ହସେ ଫୁଟା କନିଅର ,

ହଳଦୀରେ ଗୁରୁଗୁରୁ ।

ସବୁଜ ପତର ପାଟଶାଢ଼ୀ ତା'ର ,

କାନି ଉଡ଼େ ଫୁରୁଫୁରୁ ।।(୧)

🌷🌾🌷🌾🌷🌾🌷

ଭାଦ୍ରବ ମାସରେ ତଅପୋଇ ଓଷା ,

ଖୁଦ ରଙ୍କୁଣୀ ସେ ମାଆ ।

ସ୍ନେହ ଶରଧାର ପବିତ୍ରତେ ବସା ,

ଆସେନା ବତାସ ବାଆ ।।(୨)

🍃🍂🍃🍂🍃🍂🍃

ଫୁଲ ଚାଙ୍ଗୁଡିରେ ନାନା ଜାତି ଫୁଲ ,

ସଭିଙ୍କୁ ଏକାଠି କରି ।

ସୁକୁମାରୀ କନ୍ୟା ଗୁନ୍ଥିଲେ ଗଜରା ,

ଖୁସି ତୃପ୍ତି ନେଲେ ଭରି ।।(୩)

🌿🌼🌿🌼🌿🌼🌿

ଝୋଟିଚିତା ପରା ଆସ୍ଥାନ ଉପରେ ,

ମାଆ ମଙ୍ଗଳା ଙ୍କ ସ୍ଥିତି ।

ସୁଗନ୍ଧା ଅଗୁର ଚନ୍ଦନ ସିନ୍ଦୁରେ ,

ବେଶକାନ୍ତି ରୀତିନୀତି ।।(୪)

🌲💫🌲💫🌲💫🌲

ରୋଷଣୀ ବାଇଦ ବଉଦ ବିଜୁଳି ,

ଘନଘନ ଘଟା ଦେଇ ।

ଆକାଶ ମାର୍ଗରୁ ଦେବାଦେବୀ ଚଳି ,

ଆସୁଥିବେ ଶୁଭ ନେଇ ।। (୫)

🌻🌳🌻🌳🌻🌳🌻

ଧରଣୀ କୋଳରେ ବୃକ୍ଷ ଜୀଵଯନ୍ତୁ ,

ପୁଲକ ବିନ୍ୟାସ ଶୋଭା ,

ଲେଖନୀରେ କବି ଢ଼ାଳି ଦେଲା କିଛି ,

ଚିତ୍ରକଥା ମନଲୋଭା ।।(୬)

🍁🍃🍁🍃🍁🍃🍁


Rate this content
Log in