Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

କାଳିଆର ଘୋଷ ଯାତ

କାଳିଆର ଘୋଷ ଯାତ

1 min
7.1K


ଭାଇ ଭଉଣୀଙ୍କୁ ସଂଗେ ଘେନି

ଲୀଳା କର କାଳିଆ ସାଆନ୍ତ

ରତନ ବେଦୀରୁ ଜନମ ବେଦୀକୁ

ନବଦିନାତ୍ମକ ଯାତ ।1।

ଆଷାଢ ଶୁକଳ ଦ୍ଵିତୀୟା ତିଥିରେ

ଅଣସର ଘର ଛାଡି

ଧାଡି ପହଣ୍ଡିରେ ରଥେ ବିଜେ କର

ଟାହିଆ ନିଅନ୍ତି ଭିଡି ।2।

ଦୟିତା ପତିଏ ରେଶମ ରଜ୍ଜୁରେ

କରି କଚା ଟଣା ଭିଡା

ତିନି ରଥପରେ ବିଜୟ ତାପରେ

ଶଂକରଙ୍କ ରଥ ଚଢା ।3।

ଗଜପତି ରାଜା ପାଲିଙ୍କିରେ ଆସି

କରନ୍ତି ଛେରା ପହଁରା

ଡାହୁକ ଡାକରେ ଉଚ୍ଚାଟ ଭକତ

ହୁଅଇ ରଥ ଘୋଷରା ।4।

ତାଳଧ୍ୱଜ ପରେ ଦରପଦଳନ

ପଛେ ଚାଲେ ନଂଦୀଘୋଷ

ବଡଦାଣ୍ଡ ଶୋଭା କିଅବା ବର୍ଣ୍ଣିବା

ଘନଘୋର ଘଣ୍ଟ ଘୋଷ ।5।

ଶରଧା ବାଲିରେ ଶରଧା ରଜ୍ଜୁରେ

ଭକତ ଟାଣଇ ରଥ

ବଳଗଣ୍ଡି ଡେଇଁ ବଡ ଶଙ୍ଖ ଯାଇ

ଗୁଣ୍ଡିଚାରେ ବିଜେ ନାଥ ।6।

ହେରା ପଂଚମୀରେ ରଥ କାଠ ଭଂଗା

ଅଷ୍ଟମୀ ଦକ୍ଷିଣ ମୋଡ

ବିଜୟା ଦଶମୀ ବାହୁଡନ୍ତି ନାଥ

ବଡଦାଣ୍ଡେ ଭାରି ଭିଡ ।7।

ବଡ ଏକାଦଶୀ ସୁନା ବେଶେ ଦିଶି

କାଳିଆ ସାଆନ୍ତ ତୋରା

ଅଧର ପଣାରେ ପରିଜନ ତୁଷ୍ଟ

ନୀଳାଦ୍ରି ବିଜୟ ଧାରା ।8।

ମର୍ତ୍ତ୍ୟ ବଇକୁଣ୍ଠେ ମଂଚ ଲୀଳା ଏତ

ମାନବରେ ମହା ଶିକ୍ଷା

ପତିତପାବନ ମୁଁ ପତିତ ଜନ

କାହୁଁ ବୁଝିବି ସେ ଦୀକ୍ଷା !9।

ବିଶ୍ଵେଶ୍ୱର ମାଝୀ


Rate this content
Log in