Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SARATA KUMAR DAS

Children Stories Others

3  

SARATA KUMAR DAS

Children Stories Others

ବଡଦିନ

ବଡଦିନ

1 min
203



ବଡଦିନ ଆସିଛି 

    ଧରା ଆଜି ନାଚୁଛି

କଅଁଳ ଶିଶୁର ଓଠେ

      ହସ ଆଜି ଖେଳୁଛି ।


ଡିସେମ୍ବର ପଚିଶି

    କୁଆଁ କୁଆଁ ଶୁଭୁଛି

ଯୀଶୁଖ୍ରୀଷ୍ଟ ଜନମିବେ

      ପାପ ଦୂରେ ଯାଉଛି ।


ଘର ଦେବା ସଜାଇ

    ଫୁଲ ଦେବା ବିଛାଇ

ମାଆ ମେରୀଙ୍କ କୋଳରେ

       ଯୀଶୁ ଥିବେ ଅନାଇ ।


ସାନ୍ତାକ୍ଲୁଜ ଆସିବେ

   ଉପହାର ଆଣିବେ

ବରଷର ଶେଷେ ପୁଣି

      ଶୁଭାଶିଷ ବାଣ୍ଟିବେ ।


ବଡଦିନ ଗଛରେ

     ତାରାଫୁଲ ଶୋହେରେ

ରଙ୍ଗ ରୋଷଣୀରେ ଫାଟେ

         ଆଜି ଏହି ମହୀରେ ।


ନୂଆ ଜାମା ପିନ୍ଧିବା

     ହସ ମଜା କରିବା

ଦୀନ ଦୁଃଖୀ ଦେଖି ଆମେ

         ଦାନ ଧର୍ମ କରିବା ।


ରାଗ ହିଂସା ଭୁଲିବା

     ଭଲକାମ କରିବା

ମଣିଷର ହୃଦୟରେ

       ଘରଟିଏ ତୋଳିବା ।


ସବୁ ଧର୍ମ ଏକରେ

     ସତ୍ୟ ସିନା ଏହିରେ

ମଣିଷକୁ ଭଲ ପାଅ

       ବଡଦିନ କହେରେ ।



Rate this content
Log in