ଜୀବନ ଗୀତା-୨୧୩
ଜୀବନ ଗୀତା-୨୧୩
1 min
6.1K
କେବେ ଏ ଜୀବନ ସାମନ୍ତ ସାଜେ
କେବେପୁଣି ସେ ରଇତ
ବିଳାସପୂର୍ଣ୍ଣ ରାଜକୀୟ କେବେ
ମାଟି ପାଣିରେ ଅଭ୍ୟସ୍ତ ॥୦॥
ରାଜ ଦରବାର ହୀରାମୋତି ହାର
ରାଜକୀୟ ଠାଣିମାଣି
ଫିକା ପଡିଯାଏ ମୁଠାଏ ମାଟିକୁ
ସରିନୁହେଁ ସୁନାମୁଣି
ଭୋକ ପାଇଁ ଲୋଡା ମୁଠାଏ ଭାତ
ଥାଉ ଯେତେ ଧନ ସଂପଦ ॥୧॥
ଛୁଇଁଦେଲେ ସୁନା ହୋଇଯାଏ ସିନା
ମୁଠେ ଭାତ ମିଳେନାହିଁ
ପେଟର ବେଦନା ସବୁଠୁଁ ଅସହ୍ୟ
ସହି ଜମା ହୁଏନାହିଁ
ପିତାର ନୟନ ପିତୁଳି କନ୍ୟା
ନୁହେଁ ସୁନା କଣ୍ଢେଇ ମାତ୍ର ॥୨॥