Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BISWESWAR MAJHI

Others

5.0  

BISWESWAR MAJHI

Others

ରାମରାଜ୍ୟ ଗଢିବା

ରାମରାଜ୍ୟ ଗଢିବା

1 min
153


ଜ୍ଞାନାଲୋକ ଦିନେ ସାରା ବିଶ୍ବକୁ ଦେଇଥିଲା ଯେଉଁ ଦେଶ,

ଦୁର୍ଭାଗ୍ୟ ଦେଖ ସେଦେଶର ଆଜି ଆଖି ବୁଜି ପିଏ ବିଷ ।


ଦୁର୍ନୀତି ଆଜି ମହା ନୀତି ଏଠି ରାଜନୀତି ହୀନ ନୀତି,

ମଦ ରାକ୍ଷସ ବିକଟ ରାବରେ ଦେଶ କୋଡୁଅଛି ଛାତି ।


ଲାଞ୍ଚ ବ୍ୟଭିଚାର ମଦ ରାକ୍ଷସ ନାରୀ ଦେହ ଲୋଭା ପଶୁ,

ମାରଣ ଯଜ୍ଞ କରିବ ନିଶ୍ଚୟ ଏ ଦେଶ ଆଗାମୀ ଶିଶୁ ।


ଆଉ ଗୋଟେ ଜନ ବିପ୍ଳବ ଲୋଡା ଦେଶ ସଜାଡିବା ପାଇଁ,

ତୁ ତ ମୁତୁରୀ ମୁ ତ ମୁତୁରୀ ହେଂସ କାହିଁପାଇଁ ଧୋଇ !!


ଆଉ କେହି ଭଲ ହେଉ ବା ନ ହେଉ ନିଜେ ହେବା ଯଦି ଭଲ,

ଏକରେ ଏକ ଏଗାର ହୋଇବ ଦୃଢ ବିଶ୍ୱାସେ ଚାଲ ।


ନତୁବା ଟିକିଏ ସାହସ ଜୁଟାଇ ବିରୋଧ ଆରମ୍ଭ କର,

ଧୀରେ ଧୀରେ ଭିଡ ବଢିବ ନିର୍ଲ୍ଲଜ ଲୁଚିବେ ଆପଣା ଘର ।


ଗାନ୍ଧୀ ମହାତ୍ମାଙ୍କ ଶହୀଦ ଦିବସେ ଶପଥ ଏହା କରିବା,

ରାମ ରାଜ୍ୟ ସ୍ୱପ୍ନ ପୁରଣ ପାଇଁକି କମର ଆମ କସିବା ।


-ବିଶ୍ୱେଶ୍ଵର ମାଝୀ-


Rate this content
Log in