ଦ୍ଵିତୀୟ ଈଶ୍ଵର
ଦ୍ଵିତୀୟ ଈଶ୍ଵର
ସୁଜିତ କୁମାର ପଣ୍ଡା
ହେ ଈଶ୍ଵର, ତୁମେ ବିଶ୍ଵର
କୋଟି ନିଃସ୍ଵର ପରମେଶ୍ଵର ବୋଲି
କାଲୀ ରାତିରେ ବିଶ୍ଵାସରେ
ଅନେକ ଖୋଜିଲି
ବାଣୀ ବିହାରରେ
ମୋ ବେଡ଼୍ ରୁମ୍ ରେ ସୀମା ସରହଦ ଭିତରେ
କେବଳ ବର୍ତ୍ତିବାକୁ
ରକ୍ତ ଶୋଷକଙ୍କ ଆସନ୍ନ ଆକ୍ରମଣରୁ
ଶୁଣିଥିଲି ତୁମେ ବିପଦର ବନ୍ଧୁ
ଯାଚିଦିଅ ମଣିଷର ମନ ଚିହ୍ନି ଦି’ ଓଳି ଦି’ ମୁଠା
ହେଲେ ମୋ ପାଇଁ ଏ ଅନ୍ତରାୟ କାହିଁକି ?
ମରୁଭୁମି ମରୀଚିକା ଭଳି
ତୁମେ ଜାଣି ବେଶ୍ ଖୁସି ହେବ ହେ ଇଶ୍ଵର
ଆଜି ରାତିଟା ମୋ ବେଶ ଭଲରେ ବୀତିଛି
ଅତି ଆନନ୍ଦରେ କାହିଁକି କେଜାଣି କେହି ଜଣେ
ରାତି ଦଶଟାରେ
ସୁରକ୍ଷାର ଢାଲଟିଏ ମୋ ହାତରେ ଦେଇଗଲେ
ହସି ହସି ଶୁଭ ରାତ୍ରିର ମଙ୍ଗଳ ମନାସି
ସେ ଆଉ କେହି ନୁହଁ
ଶୁଣି ନିଅ ତାଙ୍କ ପରିଚୟ
ତୁମ ଭଳି ସେ ମୋ ପାଇଁ
ମୋ ରାତିର ଦ୍ଵିତୀୟ ଈଶ୍ଵର l