Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୧୯

ଜୀବନ ଗୀତା-୩୧୯

1 min
127


ସନ୍ୟାସୀ ଜୀବନେ ନଥାାଏ ତ ରଂଗ

ନଥାଏ ହଟଚମଟ

କାମନା ବାସନା ଦେଇ ଜଳାଞ୍ଜଳି

ଅଣ୍ଟାରେ ଶୂନ୍ୟ କରାଟ ॥୦॥

ବୈରାଗୀ ଭ୍ରମର ଏ ଫୁଲୁ ସେ ଫୁଲ

ଉଡି ବୁଲେନା ଅଲକ୍ଷ୍ୟେ

ଅଦେଖା ପଥରେ ଚାଲିଥାଏ ଧୀରେ

ବିଭୁ ନାମ ନେଇ ମୁଖେ

ହୃଦୟ ହୁଡିଲେ ବିବେକ ତାହାର

କରଇ ସିନା ଆକଟ ॥୧॥

ତତଲା ବାଲିରେ ପାଦ ପୋଡିଗଲେ

ଅଟକି ଯାଏନା ସିଏ

ଘଡିଏ ପହରେ ବସଇ ଛାଇରେ

ଆରାମ ପାଇଁ ଟିକିଏ

ଉଦ୍ଦେଶ୍ୟ ତାହାର ଅତୀବ ମହତ

ମାନେନା ବାଧା, ସଂକଟ ॥୨॥


Rate this content
Log in