Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

3  

Dambarudhar Bag

Others

ଏମିତି ତ ବଞ୍ଚିବାକୁ ହେବ

ଏମିତି ତ ବଞ୍ଚିବାକୁ ହେବ

2 mins
319



ମୁଣ୍ଡରେ ହାତ ଦେଇ ଲଥ୍ କିନା ବସିଯାଏ

ହିଡପରେ ଚଷା ଭାଇଟିଏ ,

କେ ଜାଣି କ'ଣ ଭାବେ ?

କିଏ ବା ବୁଝିବ ତା'ର ହୃଦୟର କଥା

ଅନ୍ତରର କୋହ ଆଉ ତା' ମୁହଁର ପରିଭାଷା !

ଏମିତି ତ ବେଳେ ବେଳେ ଖୁସିରେ ଗଦ୍ ଗଦ୍ ହୁଏ

ଯେତେବେଳେ କ୍ଷେତରେ ଦେଖେ

ସୁନାର ଫସଲର ଲହରୀ

କିଆରୀ କିଆରୀ କୋବି ବାଇଗଣ

ଆଳୁ ପିଆଜ ।

ଏଇତ ଗତ ସାପ୍ତାହିକ ବଜାରେ ତା'ର ସବୁ ସୁନା କୁ କେଜି

ପାଞ୍ଚ ଛଅ ଟଙ୍କା ରେ ବିକ୍ରି କରି

ଚାଲି ଆସିଥିଲା ।

କ'ଣ ବା କରନ୍ତା ସେ !

ଶସ୍ତା ରେ ନ ଦେଲେ ବି ଲୋକେ

କିଣି ବେ ନାହିଁ

ବରଂ ପରିବା ମହଙ୍ଗା ବୋଲି ନାକ ଟେକିବେ ।

ହଁ ସେମିତି ତ ବେପାରୀ ପାଞ୍ଚ ରେ ନେଇ ତିରିଶ ରେ ବିକ୍ରି କରିଦେଲେ ବି ଭଲ

ନାଁ ପୁଣି ଚାଷୀର ହେବ ନା

ବେପାରୀ ର ହେବ କି ?

ମୁଣ୍ଡ ର ଝାଳ ତୁଣ୍ଡରେ ମାରି

ମାଟି ସହ ମାଟି ହୋଇ

ଖରା ବର୍ଷା ଶୀତ କୁ ଖାତିର

ନ କରି ନିଜକୁ

ହଜେଇ ଦିଏ ମାଟିରେ

ଦୁନିଆ ମୁହଁରେ ଦି ମୁଠା ଆହାର

ଯୋଗାଇ ଦେବାକୁ ।

ଏହି ଚାଷୀ ସେତକ ନ କଲେ

କେହି ବଞ୍ଚି ପାରିବେ କି?

ବୋଧେ ସେହି କଥା ସବୁ ଚିନ୍ତା କରି

ଲଥ୍ କିନା ବସି ପଡେ

ମୁଣ୍ଡ ଉପରେ ହାତ ଦେଇ

ହିଡ ପରେ ।

ପୁଣି ଚିନ୍ତା କରେ ନିଜ ସ୍ତ୍ରୀ ପିଲା ଛୁଆ କୁ ପଛେ

ଭଲ ପିନ୍ଧିବା ଖଣ୍ଡେ ନ ମିଳୁ

ସେ ପଛେ ଅଭାବରେ ଦିନ କାଟୁ

କିନ୍ତୁ ଯିଏ ଭାରତ ମାତାର ସୁରକ୍ଷା ସକାଶେ

ମୋ ଭଳି ଖରା ବର୍ଷା ଶୀତ କୁ

ଖାତିର ନ କରି ଜଗି ରହେ

ସୀମା

ତା'କୁ କିନ୍ତୁ ମୁଠାଏ ଭଲ ଖାଇବା ମିଳୁ

ଖୁସିରେ ଭାରତ ମାତାର ସୁରକ୍ଷା କରିବ

ଦେଶ ପାଇଁକା ଲଢିବ ।

ଦେଶ ମାତୃକାର ସେବା କରିବା କୁ

ଶକ୍ତି ପାଇବ।

ଦାଉ ସାଜୁଥାଉ ପ୍ରକୃତି

ଆସୁଥାଉ ତୁହାକୁ ତୁହା

ନିଜର ଫସଲ ଉଜାଡିବାକୁ

ହୁଡହୁଡ୍ ଫାଇଲିନ୍ ପେଥାଇ

ଅବା ନୂଆରୂପରେ

ବାତ୍ୟା ର ଅନ୍ୟନାମ ନେଇ

ଆସୁପଛେ ଆଉ ଏକ ନ'ଅଙ୍କ ଦୁର୍ଭିକ୍ଷ ।

ବାସ୍ ମାଟିରେ ବଞ୍ଚିବାର

ସେ କଳା ତ ଭଲ ଭାବରେ

ଜଣା ।

ଚାଷୀର ଭାଗ୍ୟ ଆକାଶେ

ସୁଖର ସୂରୁଯ ବା କେଉଁଠି ?

ଏମିତି ତ ବଞ୍ଚି ବାକୁ ହେବ ।

ନିଜର ଆଉ ଦୁନିଆ ମୁହଁରେ

ଆହାର ଯୋଗାଇବାକୁ ହେବ

ଶୁଖିଲା ମୁହଁରେ ହସ ଛୁଟାଇବାକୁ ହେବ ।

**********

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି ।

୮୬୩୭୨୧୨୩୦୧


Rate this content
Log in