କହିଦେ ତୁ ରାମ୍ ରାମ୍
କହିଦେ ତୁ ରାମ୍ ରାମ୍
ରାତିଏ ଆୟୁଷ ଦେଵି
ଛୁଇଁ ଦେଖ୍ ଥରେ
ସାରା ରାତି ସପନକୁ
କରିଦେବି ତୋରି ନାଁ ରେ,
ଦୀପ ଟିଏ ଜାଳି ଦେଖ୍
ହୃଦୟ ବେଦୀରେ
ତୋ ନାମକୁ ଲେଖିଦେବି
ସାରା ଶତାବ୍ଦୀରେ,
ମରଣ ବୀଣାରେ ଦେଇ
ଜନ୍ମର ଝଙ୍କାର...…
ଜରା ଦେହେ ଆଣିଦେବି
ଯୌବନ ଜୁଆର,
ରାତିଟା ହେଲାଣି ବେଶୀ
ଚାହିଁ ଦେଖ୍
ଆକାଶରୁ ....ଲଞ୍ଜା ତାରା ଖସେ.....
କହିଦେ ତୁ ରାମ୍ ରାମ୍
ଆଜିର ଆୟୁଷେ ।।
ତପନ ଦୀକ୍ଷିତ(ବେଳା ଭୁମି)
ନାଶିକେଶ୍ୱର, କାକଟପୁର, ପୁରୀ
ଦୂରାଭାଷ:୯୫୩୭୪୦୦୭୪୪
ଇ.ମେଲ:konark.dixit@gmail.com