ପରିବେଶ
ପରିବେଶ
1 min
6.9K
ଆମେ ପାଖେ ଥିବା ମାଟି ଓ ଜଳ,
ତା’ ସହିତ ଆମ ବାୟୁମଣ୍ଡଳ ।
ଏମାନଙ୍କୁ ନେଇ ଏ ପରିବେଶ,
ଏହାର ପ୍ରଭାବ ମର୍ତ୍ତେ ଅଶେଷ ।
ପରିବେଶ ରକ୍ଷା କାମ ଆମର,
କର୍ତ୍ତବ୍ୟ ଆମର ସଫା ସୁତର ।
ସୁସ୍ଥ ପରିବେଶ ସୁସ୍ଥ ସଂସାର,
ଅସୁସ୍ଥ କରିବ ନର ଶରୀର ।
ନିଅ ପିଲାମାନେ ବଜ୍ର ଶପଥ,
ଦେଶ କରିବାକୁ ଶତ ଜାଗ୍ରତ ।