Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Others

3  

Padmalaya Mishra

Others

ଶୋଇଯାଏ ଯେବେ ଏ ସାରା ସହର

ଶୋଇଯାଏ ଯେବେ ଏ ସାରା ସହର

1 min
6.8K


ଶୋଇଯାଏ ଯେବେ ଏ ସାରା ସହର

ସ୍ଵପ୍ନର ଚାଦର ଘୋଡ଼େଇ

ଜଳଇ ମୋ ମନ ହୃଦୟ କାନନ

ଅଶ୍ରୁରେ ପଣତ ଭିଜଇ ।

ତୁମେ ମୋର ଧନ ଅମୂଲ୍ୟ ରତନ

ବୁଝେଇବି କେମିତି କୁହ

ପୁନେଇଁ ଜହ୍ନଟା ହସଇ ଗଗନେ

ମୋ ଛାତିରେ ଛାତିଏ କୋହ ।

ଭଲପାଅ ବୋଲି କହୁଥିଲ ଯେବେ

ସରମେ ଯାଉଥିଲି ମରି

ଦେଉଅଛ କାହିଁ ହୃଦୟେ ଯନ୍ତ୍ରଣା

ତିଳ ତିଳ କରି ମାରି ।

ଭୁଲିଗଲ ସାଥୀ ଆମରି ପୀରତି

ବିରହ ବାଣ ଯେ ବିନ୍ଧିଲ

ଦୂରେ ଚାଲିଯାଇ କି ଲାଭ ପାଇଲ

ଓଠରୁ ହସକୁ ହରିଲ ।

ତୁମ ବାଟ ଚାହିଁ ରହିଛି ଯେ ମୁହିଁ

ଫେରିବେ ଦିନେ ପ୍ରିୟବର

ମରୁରେ ଫୁଟିବ ଗୋଲାପ ମାଳତୀ

ସରିବ ଦିନ ବିରହର ।।

.. . . . . . ପଦ୍ମାଳୟା


Rate this content
Log in