Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Others

3  

KUMUDA CHANDRA DALEI

Others

ମାଆ ପାଶେ ମୁହିଁ କରୁଛି ଅଳି

ମାଆ ପାଶେ ମୁହିଁ କରୁଛି ଅଳି

1 min
6.6K


ମାଆ ପାଶେ ମୁହିଁ. କରୁଅଛି ଅଳି

ଗଢି ଦିଅ କରି ମହାତ୍ମା ଗାନ୍ଧି

ଦରିଦ୍ରଙ୍କ ସେବା. ବ୍ରତ ମୁଁ କରିବି

ଦୁଃଖୀ ଦେଖି ହୃଦ ଉଠିବ କାନ୍ଦି.. I

ପିନ୍ଧାଇ ବ ମୋତେ. ଏମିତିକା ବାସ

ଲୁଚିଥିବ ଲାଜ ହେଉ ସେ କଣା

ଗରିବ ଙ୍କ ମେଳେ. ବସିଥିବାବେଳେ

ଖୋଜି ନ ପାରିବ ହୋଇବ ବଣା... I

ଶୁଣାଇବ ମୋତେ. ଏମିତିକା ଗପ

ଭରିବ ମୋ ଦେହେ ସତ୍ ସାହସ

ସତ୍ୟ ନ୍ୟାୟ ପାଇଁ. ଲଢେଇ କରିବି

ଥିବା ଯାଏ ମୋର ଶେଷ ନିଶ୍ବାସ.. I

ଶିଖାଇବ ମୋତେ. ଏକତାର ପାଠ

ଭେଦ ଭାବନା ନ ଆସିବ ମନେ

ମଧୁର ବିନୟ. ବ୍ୟବହାର କରି

ଆପଣେଇ ନେବି ଜଗତ ଜନେ... I

ଢ଼ାଳି ଦିଅ ମୋତେ. ଶୁଭ ଆଶୀର୍ବାଦ

ସେବାରେ ବ୍ୟାକୁଳ ହେବ ମୋମନ

ସାମାଜ ସେବାକୁ ବ୍ରତ କରି କରି

କର୍ମ ମୟ ହେବ ସାରା ଜୀବନ... I

ମାଆ ଯଦି ତୁମେ. ଜନମ ଦେଇଛ

ଗଢ଼ିବା ଦାୟିତ୍ୱ ନୁହେ କାହାର

ରୂପ ଥିଲେ ଥାଉ. ନ ଥାଉ ପଛକେ

ଗୁଣରେ ଭରିବ ସାରା ଶରୀର... I

ମାତୃଭୂମି ସେବା. ଜାଗରିତ ହେବ

ଦେଶ ସୁରକ୍ଷାରେ ବଳିବ ମନ

ରଘୁପତି ରାମ. ଗାଇ ଗାଇ ଦିନେ

ସହିଦ୍ ହୋଇବ ମୋର ଜୀବନ.. I


କୁମୁଦ ଚନ୍ଦ୍ର ଦଳେଇ

9861889305

ପୋଲସରା, ଗଞ୍ଜାମ


Rate this content
Log in