Audio

Forum

Read

Contests

Language


Write

Sign in
Wohoo!,
Dear user,
ବେସୁରା ଗୀତି-୭୫୨
ବେସୁରା ଗୀତି-୭୫୨
★★★★★

© Bijay Prusty

Fantasy

1 Minutes   7.1K    3


Content Ranking

ବର୍ଷା ତୁ ଯେବେ ଅବେଳରେ ଆସି

ଦେଖାଇଲୁ ତୋର ଠାଣି

ଲାଜ ଲାଜ ହୋଇ ବାଦଲ ଉହାଡେ

ଲୁଚିଗଲେ ଦିନମଣି ॥

ଝିପି ଝିପି ହୋଇ ବରଷି ଗଲୁ ତୁ

ଛୁଇଁଲୁ ପୃଥିବୀ ଛାତି

ଶୀତଳ ହୋଇଲା ପୃଥିବୀର ଦେହ

ଲିଭିଗଲା ସବୁ ତାତି ॥

ତୃଷିତ ପ୍ରାଣରେ ଚାତକୀ ତୋ ଆଡେ

ଚାହିଁଥିଲା ପାଟି ଖୋଲି

ତା ପାଟିରେ ଦେଲୁ ତୋହର ପରଶ

ଶୋଷ ଗଲା ସିଏ ଭୁଲି ॥

ବିରହୀ ଆଖିରୁ ଲୁହର ବିନ୍ଦୁଟେ

ଛୁଇଁଲା ମାଟିର ଦେହ

ତୋ ହାତରେ ତାକୁ ପୋଛି ଦେଲୁ ତୁ ଯେ

ହଜିଲା ଅନ୍ତରୁ କୋହ ॥

ଏତେ ସରାଗରେ ବରଷି ଯାଉଛୁ

ହରୁଛୁ ସଭିଙ୍କ ଦୁଃଖ

ତୋ ପାଇଁ କେ ଏଠି ନିଗାଡୁଛି ଲୁହ

ଆଖି ଖୋଲି ଥରେ ଦେଖ ॥ 

ବର୍ଷା ବାଦଲ ଦିନମଣି ମାଟି ଆଖି

Rate the content


Originality
Flow
Language
Cover design

Comments

Post


Some text some message..