ବେସୁରା ଗୀତି-୭୫୨
ବେସୁରା ଗୀତି-୭୫୨
1 min
7.1K
ବର୍ଷା ତୁ ଯେବେ ଅବେଳରେ ଆସି
ଦେଖାଇଲୁ ତୋର ଠାଣି
ଲାଜ ଲାଜ ହୋଇ ବାଦଲ ଉହାଡେ
ଲୁଚିଗଲେ ଦିନମଣି ॥
ଝିପି ଝିପି ହୋଇ ବରଷି ଗଲୁ ତୁ
ଛୁଇଁଲୁ ପୃଥିବୀ ଛାତି
ଶୀତଳ ହୋଇଲା ପୃଥିବୀର ଦେହ
ଲିଭିଗଲା ସବୁ ତାତି ॥
ତୃଷିତ ପ୍ରାଣରେ ଚାତକୀ ତୋ ଆଡେ
ଚାହିଁଥିଲା ପାଟି ଖୋଲି
ତା ପାଟିରେ ଦେଲୁ ତୋହର ପରଶ
ଶୋଷ ଗଲା ସିଏ ଭୁଲି ॥
ବିରହୀ ଆଖିରୁ ଲୁହର ବିନ୍ଦୁଟେ
ଛୁଇଁଲା ମାଟିର ଦେହ
ତୋ ହାତରେ ତାକୁ ପୋଛି ଦେଲୁ ତୁ ଯେ
ହଜିଲା ଅନ୍ତରୁ କୋହ ॥
ଏତେ ସରାଗରେ ବରଷି ଯାଉଛୁ
ହରୁଛୁ ସଭିଙ୍କ ଦୁଃଖ
ତୋ ପାଇଁ କେ ଏଠି ନିଗାଡୁଛି ଲୁହ
ଆଖି ଖୋଲି ଥରେ ଦେଖ ॥