Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Mallik

Others

3  

Ajit Kumar Mallik

Others

ସ୍ୱୀକୃତି

ସ୍ୱୀକୃତି

1 min
6.6K


ସ୍ୱୀକୃତି                             

ସ୍ୱୀକୃତି ମୁଁ ଦେଲି ଆଜି ସାଥି

ତୁମ ହୃଦୟର ଅବ୍ୟକ୍ତ ସ୍ପନ୍ଦନ ସହ

ମୋ ହୃଦୟକୁ ମିଶିବାକୁ

ପ୍ରୀତି ସଂଗୀତର

ସେଇ ସାତ ସୁରେ ଝୁମିବାକୁ ||

ସ୍ୱୀକୃତି ମୁଁ ଦେଲି ଆଜି ସାଥି

ତୁମ ସ୍ମୃତି ସବୁକୁ

ମୋ କୁଆଁରୀ ଦେହର

ରକ୍ତିମ ସ୍ୱର୍ଣ୍ଣରେ  

ପବିତ୍ର ଗଙ୍ଗା ହୋଇ

ବୋହିବାକୁ ||

 ସ୍ୱୀକୃତି ମୁଁ ଦେଲି ଆଜି ସାଥି

ତୁମ ଆତ୍ମାକୁ

ମୋ ଅନ୍ତଃକରଣ ତଳେ

ଦଗ୍ଧିଭୁତ ହେବାକୁ ||

ସ୍ୱୀକୃତି ମୁଁ ଦେଲି ଆଜି ସାଥି

ତୁମ କଣ୍ଠ ସ୍ଵରକୁ

ମୋ ଅପୂର୍ଣ୍ଣ ରଚିତ

ରାଗ ରାଗୀଣୀରେ

ଅନ୍ତିମ ସ୍ତୁତି ବନେଇବାକୁ ||

ସ୍ୱୀକୃତି ମୁଁ ଦେଲି ଆଜି ସାଥି

ମୋ ମନରେ ଥିବା

ବ୍ୟଥିତ ପୀଡା ସବୁକୁ

ତୁମ ଛୁଆଁ ଅଛୁଆଁ ଅନୁଭବରେ

ଦୂରେଇ ଦେବାକୁ ||

ସ୍ୱୀକୃତି ମୁଁ ଦେଉଛି ଆଜି ସାଥି

ମୋ ଜୀବନର ସର୍ବସ୍ୱ ଅର୍ପଣ କରି

ଏହି ପ୍ରୀତି ଭରା

ଅଭୁଲା କ୍ଷଣକୁ ||

                                         ଅଜିତ୍ କୁମାର ମଲ୍ଲିକ୍


Rate this content
Log in