ଈର୍ଷା
ଈର୍ଷା
1 min
387
ଏ କେଉଁ ସାଗର କୂଳେ ମୁଁ ଠିଆ
ପାଉ ନାହିଁ କୂଳ ପାଉନି ରାହା
କିଏ ସେ ଭିତରେ ହୁଏ ଉବୁଟୁବୁ
ଆଉ କିଏ ଏଠି ବାହୁଛି ନାଆ
ଈର୍ଷାର ଦ୍ୱେଷର ମହାସାଗର
ଅହଂକାର ଆଉ କ୍ରୋଧ ଜୁଆର
ଘଡି ଘଡି ଶ୍ୱାସ ରୁଦ୍ଧ ମୋହର
ନେଇଯାଅ ମୋତେ ଅନେକ ଦୂର
ଯହିଁ ପ୍ରବାହିତ ପ୍ରେମ ବାରିଧି
ଶୀତଳ ସମୀରେ ଭରିଛି ପ୍ରୀତି
ନିର୍ମଳ ଆକାଶେ ଖୋଲା ପବନ
ବଞ୍ଚିବାକୁ ଚାହେଁ ମୁଁ କିଛି ଦିନ
ବଞ୍ଚିବାକୁ ଚାହେଁ ମୁଁ କିଛି ଦିନ
ପ୍ରମୋଦ କୁମାର ଜେନା©