ଜୀବନ ଗୀତା-୧୮୪
ଜୀବନ ଗୀତା-୧୮୪
1 min
7.1K
ଏ ଜୀବନ କେବେ କଙ୍କରିତ ପଥ
କେବେପୁଣି ସମତଳ
ଏ ଜୀବନ କେବେ ଶୂନ୍ୟ ଭାଗଶେଷ
କେବେ ଭରା ଭାଗଫଳ ॥୦॥
ଜୀବନର ସବୁଜ ମାୟାରେ
କେବେ ପ୍ରାଣ ପୁଲକିତ
କେବେପୁଣି ରାହୁର ଛାୟାରେ
ମନ ହୁଏ ଭୟଭୀତ
ଜୀବନର ଏତ ରୀତି ବିପରିତ
କେବେ ଶୁଖା ମରୁଭୂମିର ବିସ୍ତାର
କେବେ ନଦୀ କଳକଳ ॥୧॥
ଜୀବନର ସୋହାଗ ସ୍ୱପ୍ନରେ
କେବେ ଦେହ ରୋମାଞ୍ଚିତ
କେବେପୁଣି ବିରହ ନିଆଁରେ
ମନହୁଏ ଆଲୋଡିତ
ଜୀବନର ଏତ ରୀତି ବିପରିତ
କେବେ ମନଭୂମି ତାର ଅବିଚଳ
କେବେପୁଣି ଛଳଛଳ ॥୨