Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Action Others

2  

ଓଡ଼ିଆ ଗଳ୍ପ ଓ କବିତା - ୧

Action Others

ଯାତ୍ରା ସଙ୍ଗୀତ

ଯାତ୍ରା ସଙ୍ଗୀତ

2 mins
1.6K


ବୈକୁଣ୍ଠନାଥ ପଟ୍ଟନାୟକ


ଜୀବନପାତ୍ର ମୋ ଭରିଛ କେତେ ମତେ,

ନ ଦେଲେ କିଛି ବୋଲି କହିବିକି ହେ ଆଉ ?

ଜୀବନ ପ୍ରିୟତମ ହରିଛ ମୋ ଭରମ,

ତରଣୀ ମୋର ତବ ସାଗରେ ବହିଯାଉ ।


କୁଳର ଜନପ୍ରାଣୀ କେତେ ମିଳାଅ ଆଣି,

ନୟନ ପଲକରେ ଲୁଚାଅ ଜାଣିଜାଣି,

ବୃଥା ମୁଁ ଅଭିମାନୀ ହୃଦେ ଧରଇ ଟାଣି,

ମରତ ପ୍ରବାସୀ ମୁଁ ନ ଜାଣି ଆଣେ ଦାଉ ।


ମାନସ-ହଂସ ମୁଁ ମାନସେ ଯିବି ଉଡ଼ି,

ମୋ ଦୋଷେ ପଥ ହୁଡ଼ି ଭରମେ ଅବିରତ,

ଅଳପ ତୃଷା କ୍ଷୁଧା ଲଭି ତୁମରି ସୁଧା,

ତୃପତ ହେଲା, ତେବେ ଲୋଡ଼ଇଁ ଏ ମରତ !


ନିଜ ବାସନା ଜାଲେ ବିକଳ ବିଧୃତ,

ତିମିର ଅଜ୍ଞାନେ ମିଳେ କି ଅମୃତ ?

ଛାଡ଼ିବି ଦୂରେ ଯିବି ପାରାବାରେ ଭାସିବି,

ଲଂଘି ହିମଗିରି ଯିବି ଗୋ ବେଳ ଥାଉଁ ।


ଦେଇଛ ପ୍ରିୟା ପ୍ରାଣେ ଅମର ପ୍ରୀତି ଭରି,

ମୋ ଶିଶୁ କ୍ରନ୍ଦନେ ଅମର ମୋର ଆଶା,

ପ୍ରଭାତ ସନ୍ଧ୍ୟାରେ ଖେଳାଇ ରୂପ ଢ଼େଉ,

ବିକଳ କଣ୍ଠେ ମୋ ଫୁଟାଇଛ ତ ଭାଷା,


ଗାଇବି ବନ୍ଦୀ ମୁଁ ଚରଣ ବନ୍ଦନା,

ସେ ଲାଗି ଏ ବୀଣାରେ ଦେଇଛ ମୂର୍ଚ୍ଛନା,

ସେ ସୁଖ କରି ହେଳା ଲଗାଇଲି ମୁଁ ଖେଳା,

ମିଳନ ମଧୁରାତି ପାହିଲା ଚାହୁଁ ଚାହୁଁ ।


ମିଥ୍ୟା ବିପଣୀରେ ବଣିଜ ମରଣ ଯେ,

ନ ଚେତି ତିଳେ ଯାହା କଲି ମୋ ମଣି ଭାଉ !

ପଉଷତରୁ ମୁଁ ଗୋପଳିତ ମୋ ପତର,

ନିରାଶା ପରଶରେ ଝରିଛି ଅକାଳରେ l


ନାହିଁତ କେବେ ତିଳେ ଶୋଚନା ଖେଦ ମୋର,

ହୃଦୟମଣି ମୋର ସାଗର ଅତଳରେ ।

ପରାଣ କୁଞ୍ଜେ ଗୋ ତାର ମୁରଲି ଧ୍ବନି,

ପରାଣ-ପବନେ ଗୋ ତା ଶୁଭ ଆଗମନୀ l


ଜୀବନେ ଦେବା ନେବା ଭିଆଣ ସବୁ ତାର,

ସେ ମହାଦାନୀ ହସେ ପରାଣେ ଦେଖିନାହୁଁ ?

ତା ପରଶେ ପଉଷ ଜୀର୍ଣ୍ଣ ଜୀବତରୁ,

ପଲ୍ଲବିତ ଆହା ଶୋଚନା କିବା ଆଉ ?


ଚାଲରେ ଚାଲ ମନ ନିତ୍ୟ ମଧୁବନ,

ଦେଖିବୁ ପ୍ରିୟ ରାସ, ଅଦୂରେ ଗୋଲକରେ,

ଅଦୂର ପଥେ ଆଜି ମିଳନ ତାର ସାଥେ,

ବିଜୟ ରଥେ ତୋର ଜୀବନ ଆଲୋକରେ !


ଯାତ୍ରୀପଥ ତୋର ପଲକେ ହେବ ଶେଷ,

ଶେଷରେ ସନ୍ଦେହ ସକଳ ତୋର କ୍ଲେଶ,

ଧନ୍ୟ ହେବୁ ଆଜି ପୁଣ୍ୟ ଦରଶନେ,

କ୍ଷୁର୍ଣ୍ଣ ସବୁ ପାପ ଦୁଷ୍କୃତିର ରାହୁ !


ଜୀବନ-ଦେବତା ମୋ ଜୀବନ ପଥେ ବିଜେ,

ତରଣୀ ମୋର ତାର ସାଗରେ ବହିଯାଉ !




Rate this content
Log in