Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Tragedy Abstract Inspirational

2  

Prasant Kumar Nath

Tragedy Abstract Inspirational

ଦହନ

ଦହନ

1 min
1.4K


ତୁମେ ଜଳୁଅଛ ମୁଁ ଯେ ଜଳୁଅଛି

ସେପାଇଁ ନାହିଁ ମୋ ଦୁଃଖ

କାହିଁକି ଅବା ମୁଁ ଦୁଃଖ ଯେ କରିବି

ସେହି ପରା ତୁମ ସୁଖ ।

ତୁମ ସୁଖ ପାଇଁ ଜଳିବାରେ ମୋର

ତିଳେ ହେଁ ଆପତ୍ତି ନାହିଁ

ସଳିତା ସାଜି ମୁଁ ଜାଳି ଚାଲୁଥିଵି

ତୁମ ସୁଖ ଶାନ୍ତି ପାଇଁ ।

ବିନା ଦହନରେ ଉଜ୍ଵଳତା ନାହିଁ

ସେ ପାଇଁ ଜାଳୁଛ ମୋତେ

ସେହି ଉଜ୍ଵଳତା ତୁମ ସ୍ୱଚ୍ଛଳତା

ଜଳାଅ ପାରୁଛ ଯେତେ ।

ନିଜ ଦହନରେ ବିଲୀନ ହୋଇ ମୁଁ

ତୁମକୁ ଆଲୋକ ଦେବି

ହେଲେ ତୁମ ପାଇଁ ପ୍ରଦୀପଟେ ସାଜି

ତୁମ ସୁଖ ଚାହୁଁଥିବି ।


Rate this content
Log in