Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୬

ସନେଟ -୬

1 min
7K


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଘନ କାଳେ ଘନକେଶୀ ଏକାକିନୀ ଥିବ

ଘନେ ଚାହିଁ ମମ ପ୍ରୀତି ଭାବ ହେଜୁଥିବ ।।

ଘନ ଘନ କଂସକରୁ ବନ ମୁଞ୍ଚୁଥିବ

ଘନନୀଳ ଅତଳସ ଚୋଳ ତିନ୍ତୁଥିବ ।।

ଘସ୍ରନାଥ କାନ୍ତି ଅଙ୍ଗ ମଳିନ ହେବଣି

ଘନକୁଚା ଗତରସେ ବ୍ୟାକୁଳ ହେବଣି ।।

ଘନାମ୍ବୁ ତନ୍ବୀ ତନୁକୁ ତପ୍ତ ଲାଗୁଥିବ

ଘନ ଜଘନା ଭୂତେଶ ଭୂତି ଘେନିଥିବ ।।

ଘର୍ମାନ୍ତକାମୁକୀ ପଂକ୍ତି ଅନନ୍ତେ ନିରେଖି

ଘଡ଼ି ଘଡ଼ି ଘଡ଼ ଘଡ଼ି ଶୁଣି ଶଶି-ମୁଖୀ ।।

ଘନସାର ଘନସାର ଲେପ ଲୋଡୁଥିବ

ଘଟ ଆଉ ସୁକୁମାରୀ ଘଟେ ସତେ ଥିବ

ଘାରି ହେଉଛି ବିରହେ ହର ମୋ ବେଦନା

ଘଣ୍ଟେଶ୍ୱରେ ବୋଲୁଥିବ ଆକୁଳେ ନବୀନା ।।

ସମାପ୍ତ


Rate this content
Log in