Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

5.0  

Sukanti Hotta

Others

ଏମିତି ମଣିଷ

ଏମିତି ମଣିଷ

1 min
207


ନିଜ ସାମର୍ଥ୍ୟରେ ଉପାର୍ଜନ କରି

ଆନନ୍ଦରେ ଚଳିଥାନ୍ତି

ମନଖୁସିରେ ଅତି ଆନନ୍ଦେ

ଗୀତଗାଇ ବୁଲୁଥାନ୍ତି l


ଧନ ନଥିଲେ ଚିନ୍ତା ତାଙ୍କ ନାହିଁ

ମନ ତାଙ୍କରି ବଳ

ସୁଖ ଦୁଃଖରେ ସଂସାରଟି କଟେ

ଭାଗ୍ୟର ସବୁ ଖେଳ l


ପ୍ରକୃତି ତାଣ୍ଡବ ସହ ଲଢ଼ୁଥାନ୍ତି

ଝାଟିମାଟି କୁଡ଼ିଆରେ

ଶିଶୁ ଭବିଷ୍ୟତ କଥା ଭାବୁଥାନ୍ତି

ନିଜ ମନ ଭିତରେ l


ସରକାରଙ୍କୁ ନେହୁରା ହୋଇ

ନିଜ ଦୁଃଖ କହୁଥାନ୍ତି

ଭାତ ଡାଲମା ନିତି ଖାଇକରି

ଆନନ୍ଦରେ ରହୁଥାନ୍ତି l



Rate this content
Log in