Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Others

5.0  

ବି. ନିରୁପମା

Others

ରାଧାବିନା କୃଷ୍ଣ ଅଧା

ରାଧାବିନା କୃଷ୍ଣ ଅଧା

1 min
6.8K



ଏକୁଟିଆ ତୁମେ ବଇଁଶୀ ବଜେଇ
ଡାକୁଅଛ ରାଧା-ରାଧା ,
କେମିତି ଆସିବେ ରାଇ ବିନୋଦିନୀ
ତେଜି ଦୁନିଆର ବାଧା ।

ତାଙ୍କ ମନ ସାଥେ ତୁମରି ମନଟି
ପଡ଼ିଅଛି ପରା ବନ୍ଧା ,
ଦୁନିଆ ଆଗରେ ତୁମେ ଖାଣ୍ଟିସୁନା
ରାଧା ଲାଗି କିଆଁ ନିନ୍ଦା !

ହେ ମୋହନ ତୁମେ ଜାଣିନାହଁ କିବା
ରାଧାବିନା କୃଷ୍ଣ ଅଧା ,
ତଥାପି କେମିତି ଅପବାଦ ତାଙ୍କୁ
ଦିଏ ଗୋପପୁର ସଦା !

ଯେତେ ଯାହାହେଲେ ତୁମରି ନାମରେ
ରହିଛି ରାଧାଙ୍କ ଶ୍ରଦ୍ଧା ,
ତାଙ୍କ ନାମବିନା ତୁମ ବଇଁଶୀରୁ
ସୁର ଆସିବନି କଦା ।

ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in