ମୃଗନୟନୀ ୬
ମୃଗନୟନୀ ୬
ମୃଗନୟନୀ ୬
ଶୀତୁଆ ସକାଳ, କୁହୁଡି ଭରା ରାସ୍ତା
ଏକୁଟିଆ ପଥିକ, ଚାଇମାଇ ଆଲୁଅ
ଚାଲିବାର ତ ଅଛି,
ନିରୋଳାରେ ରହିବାକୁ ନା କେବେ ମତେ ଦେଇଛ
ନା କେବେ ରହି ମୁଁ ପାରିବି,
କାହିଁକି କେଜାଣି ଲାଗିଲା ଏମିତି କେହି ଜଣେ
ମୋ ସହ ଚାଲିଛି,
ଛିଡାହୋଇ ପଛକୁ ଚାହିଁଲି,
ଦଲକାଏ ଦକ୍ଷିଣା ପବନ ଆସି ଛୁଇଁଗଲା
ଲାଗିଲା ଏମିତି ଯେମିତି ତୁମ ମୃଦ ଆଙ୍ଗୁଳି ସ୍ପର୍ଶ,
ଆଖି ବନ୍ଦକଲି, ମାନସପଟେ ଆଙ୍କି ହୋଇଗଲା ତୁମ ପ୍ରତିଛବି
ବିବେକ କହିଲା, ସେ ତ ପ୍ରବାସୀ ସାଇବେରିଆନ ରାଜହଂସୀ
ଖାଲି ଶୀତଦିନେ ଉଡିଆସେ ଚିଲିକା ତୀରେ,
ତା'ର କ'ଣ ଆଉ କେହି ନଥିବେ
ମନ ଅବୁଝା, କହିଲା
ଦିନେ ତ ଫେରିବ ସେ ହସିବ ପୁଣି ପାହାଡ଼,
ହସିବ ପୁଣି ଅଳସି ବାଡ଼,
ହସିବ ପହାଡ଼ି ଝରଣା
ଆଶା ଟିକିକ ତ ଜୀବନ
ସେ ପରା ତୋ ଚଳଚଞ୍ଚଳ ଚପଳା
ଚିରଯୌବନା ଅଶ୍ୱିନୀ
କାମଶ୍ରେଷ୍ଠୀ "ମୃଗନୟନୀ" ।