Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

2  

Disambar Meher

Others

ମୁଁ ଅଭିଶପ୍ତ କି ?

ମୁଁ ଅଭିଶପ୍ତ କି ?

1 min
6.9K



ଦୁଃଖ ତ ସବୁବେଳେ ଅଛି

ସୁଖ ଆସିବା କେବେ

ସୁଖ ତ ନିମିଷେ ହୁଏ ଶେଷ

ଦୁଃଖ ମାଡି ଆସେ ଯେବେ ।

କି ଭୁଲ ପାଇଁ

ଆଜି ଭୋଗୁଛି ଏ କଷ୍ଟ

କାହାର ତ

କରି ନି ମୁଁ ଅନିଷ୍ଟ ।

ମୋ ଦୁଃଖ ପାଇଁ

କିଏ ନାହିଁ ସାଥି

ସବୁ ଯନ୍ତ୍ରଣା ସହେ

ଏକା ମୁଁ ମଥାପାତି ।

ମନେ ସୃଷ୍ଟି ହୁଏ ଦ୍ୱନ୍ଦ

କାଳେ ମୁଁ ଅଭିଶପ୍ତ

ପୂର୍ବ ଜନ୍ମରେ କରିଛି କି ପାପ

ଆଜି ହୃଦୟ ହେଉଛି ରକ୍ତାକ୍ତ ।

କର୍ମ କରୁଛି କେତେ

ଫଳ ତ ମିଳୁନି

ଜୀବନ ବାଟରେ ଚାଲିଚାଲି

କଅଁଳ ପାଦ ଥକି ଗଲାଣି ।

କିଏ କହେନି ମତେ

ତୁ ମୋର ଆପଣାର

ଗାଁ ଶେଷ ବୁଢା ବରଗଛ

ସେ ହିଁ ମୋ ଆଶ୍ରୟ ଘର ।

କି ପାପ ପାଇଁ ଆଜି

ଦେବାକୁ ପଡୁଛି ପରୀକ୍ଷା

ହେ ମହାବାହୁ

କର ମତେ ରକ୍ଷା ।




ଡିସମ୍ବର ମେହେର

ଗଣ୍ଡାବାହାଲି ନୂଆପଡା


Rate this content
Log in