Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Romance

2  

Sadananda Sahoo

Romance

ପ୍ରୀତି ପୁଷ୍ପ

ପ୍ରୀତି ପୁଷ୍ପ

1 min
6.7K


ପ୍ରୀତି ପୁଷ୍ପ

!!!!!!!!!!!!!!!!🌹🌹🌹

କରିନିମୁଁ 'ପ୍ରେମ ସାଜିନି ପ୍ରେମିକ

ଜାଣିନି ମୁଁ' ପ୍ରେମ ପାଠ ;

ପ୍ରଥା ପରମ୍ପରା ମୋ'ଭାବ ନିଆରା ;

ସାଜିବିନି ପ୍ରେମ ଶଠ !!


ପ୍ରେମ କଳା ବୋଧେ ନାହିଁ ମୋଠାରେ

ଯୌବନେ ହୀନସ୍ତା ହୁଏ ;

ବିଧି ମୁତାବକ କରିବି ବିବାହ

ଆଖି ସ୍ୱପ୍ନ ହଜି ଯାଏ !!


ପ୍ରସ୍ଥାବେ ଗୃହୀତ ତୁମେ ମିତ ସତ ;

ହୃଦୟ ରେ ଏବେ ଅଛ ;

ପ୍ରେମ ଅନୁଭବ ହେଉଛି ପ୍ରତୀତ

କହୁନି ମୁଁ ପ୍ରିୟା ମିଛ !!


ମୁଁ'ଯେବେ ଦେଖିଲି ତୁମ ରୂପକାନ୍ତି ;

ଆତ୍ମା ହେଲା ମୋର ତୃପ୍ତି ;

ବିବାହ ତାରିଖ ହୋଇ ନାହିଁ ଧାର୍ଯ୍ୟ

ସପନେ କରିଛି ସାଥୀ !!


ପ୍ରେମଅନୁଭବ କରୁଛି ଅଥୟ

ଭଲ କିଛି ଲାଗୁ ନାହିଁ ;

ପ୍ରୀତି ପୁଷ୍ପ ଧରି ହଉଚି ମୁଁ' ଝୁରି

ମୋ'ଆଖିରେ ନିଦ ନାହିଁ !!


ନଥିଲା ସଂପର୍କ ନଥିଲା ବିତର୍କ

ମୁଁଥିଲି ଅଜଣା ଲୋକ ;

ପ୍ରଥମ ଦେଖାରେ କୁହୁକ ମନ୍ତରେ

ସାଜିଲ ପ୍ରୀତି ସନ୍ତକ !!


କିଏସେ ବିନ୍ଧାଣୀଗଢିଛି ତୁମକୁ

ଅତି ଯତନରେ ପ୍ରିୟା ;

ନାହିଁ ଜମା ଖୁଣ ପୁନେଇଁର ଜହ୍ନ

ତୁମେ ମୋ'ପ୍ରେମର ଶ୍ରେୟା !!


ପ୍ରେମରସଂପର୍କ ବିଧିମୁତାବକ

ବିଧାତା'ର ଏକି ଖେଳ ;

ଆଗରୁ ମୁଁ' ଯଦି ଦେଖାହୋଇ ଥା'ନ୍ତି

ଛିଞ୍ଚି ଥାନ୍ତି ପ୍ରେମ ଜଳ !!


କରିଛି ପ୍ରତୀକ୍ଷା ଆସ ପ୍ରିୟତମା

ସମୟ ଯାଉଛି ଗଡି !!

ଇଚ୍ଛା ନାହିଁ ଆଉ ଏକା ରହିବାକୁ

ସୁନ୍ଦର ଲାଗିବ ଯୋଡ଼ି !!

ବେଦୀମୂଳେ ସ୍ୱପ୍ନ ତୁମେ ମୋ'ର ମନ

ମହା ମିଳନ ର ପର୍ବ ;

ପବିତ୍ର ସମ୍ପର୍କେ ବନ୍ଧା ହବା ଆମେ

ପ୍ରୀତି ପରଶର ଭାବ !!


ସୁହାଗ ସିନ୍ଦୁର ସିନ୍ଥିରେ ତୁମର

ପ୍ରେମର ସ୍ୱୀକୃତି ଚିହ୍ନ ;

ନିଜହସ୍ତେ ପ୍ରିୟା କରିବି ଅର୍ପଣ

ଆକାଶେ ହସିବ ଜହ୍ନ !!


ଜନ୍ମଜନ୍ମାନ୍ତର ସାତ ଜନମର

ତୁମେ ମୋ' ହୃଦୟ ରାଣୀ ;

ପ୍ରୀତିପୁଷ୍ପ ଧରି ସ୍ୱାଗତ କରିବି

ମନ ମୋର ନଵ କିଣି !!


ତୁମେମୋ ସୁସ୍ମିତା ପ୍ରେମର ଭରସା ;

କରିବନି ହତାଦର;

ମୁଁତୁମ ରଞ୍ଜନ ଚିତ୍ତର ଅଞ୍ଜନ

ଗଢିଚି ପ୍ରେମର ଘର !

!!!!!!!!!!!!🌹🌹🌹🌹🌹🌹❤ଅନୁରୋଧ ର କବିତା🌹

!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!

ସଦାନନ୍ଦ ସାହୁ ;

କାରା କର୍ମଚାରୀ ;

କେନ୍ଦ୍ରୀୟ କାରାଗାର ; କଟକ ;

ଚୌଦ୍ୱାର ;


Rate this content
Log in