"ମହଙ୍ଗା ମାଟି"
"ମହଙ୍ଗା ମାଟି"
"ମହଙ୍ଗା ମାଟି"
ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ, ସି ଆର ସି ସି
ଏକଦା ପୁଛିଲି କୂଅକୁ
ବରଷ ଯାକ କାହିଁ ପାଣି ଯୋଗାଉନୁ,
ଶୁଖାଇ ରଖିଛୁ ମୁଁହକୁ ?
ଲାଜ ଲାଗୁନାହିଁ ପୁଛୁଛୁ ମୋତେ
ତୋର କେଡେ ସାହସ,
ଆଜିଯାଏଁ ମୋର ଜନମ ଯେଉଁଠି
ବସାତ ସେଇଠି ରଖିଛି ନିଜର ମହତ ।
ମାଟିକୁ ବିଗାଡି,
ସିମେଣ୍ଟ, ଜରି ଆଉ ପଲିଥିନ ଭରି
କରିଛୁ ତାକୁ ତୁ କଳୁଷ
ପାଣି ଟୋପାଟି ଗଳିବି ପାରୁନି
ଭାରି କଷ୍ଟରେ ଭରୁଛି ମୋ କଳସ
ଆଗ ନିଜକୁ ସଜାଡେ
ତାପରେ କହିବୁ ଅନ୍ୟକୁ କରି ଇଙ୍ଗିତ ।
କ୍ଷେତକୁ ପୁଛୁଲି ,
ବନକୁ ପୁଛିଲି ପୁଛିଲି ବାଡ଼ିର ଗଛକୁ
କାହିଁ ତା ଖାଦ୍ୟ ଆଜି ସୁଆଦିଆ ନାହିଁ,
ନିଅଣ୍ଟିଆ ରହେ ଆମକୁ ?
ସାବଧାନ କଲା ଆଗକୁ
ଛାଇରେ ତା' ଶୀତଳ କମିବ
କମିବ ଦେହର ଦମ୍ଭ ।
ଖାଦ୍ୟରେ ଭିଟାମିନ ଅଭାବ ରହିବ
ଫୁଲରେ ମଧୁ , ରଙ୍ଗ ଓ ଗନ୍ଧ ।
ପେଟ ମନ ସବୁ ଅପୁରା ରହିବ ବେଳ ହୁଁ ସାବଧାନ ।
ଅଭାବ ରହିଛି ଜୈବିକ ସାର୍
ଭଲପାଇବା ଆଉ ଯତନ
ଶ୍ୱାନର ମଳରେ କି ସେସବୁ ଫେରିବ
ଗୋମାତାଙ୍କୁ କଲେ ଅସମାନ ?
ଝାଳୁଆ ଦେହରେ ନନା ମୋ କହିଲେ,
ଓଃ ! କି ଗରମ ।
ଖରା ଏବେ ଅସହ୍ୟ ହେଲାଣି
କଷ୍ଟ ହରହେ ବିରୋଚନ ।
ମୁରୁକି ହସାରେ ଉତ୍ତର ରଖିଲେ,
ମୁଁ ତ ସର୍ବଦା ଏମିତି ।
ଖାଲି ତୁମେ କୋଠା, ରାସ୍ତା ବଢେଇଛ
ଜଙ୍ଗଲ , ପାହାଡ଼, ମାଟି ଚାଁଚିକି
ଦୁଃଖକୁ କିଣିଛ ବେମାରି ଲୋଡ଼ିଛ
ମାଟି ମା'କୁ ସଂକୋଚ କରିକି ।
ରୂପା ପଚାରିଲା ବାବା ହେ !
କୋଉଠି ସେ ଆମ ମାଟି ମା' ?
ଯା'ରି ଉପରେ ଖେଳି କୁଦି ଆମେ
ସଭିଏଁ ଦେଖୁ ଗୋଟିଏ ରାହା ।
ମିଶି କରି ଗଲୁ ଛାତ ଉପରକୁ
ଦେଖାଇଲି ତାକୁ ମଣ୍ଡଣା,
ଲାଗିଛି ଗଛ, ପଲିଥିନ ପ୍ଲାଷ୍ଟିକ ଡ଼ବାରେ
ଫୁଲେ ପତ୍ରଭରା ଅଧିକେ ଊଣା ।
ବୁଝାଇଲି ତାକୁ,
ଗ୍ରାମ, ନଗରରେ ଖଣ୍ଡମଣ୍ଡଳରେ
ଜୀଵନ ଅଛନ୍ତି ଯେତିକି,
ସଭିଙ୍କ ଖୁସି ବାଢ଼ୁଛି କମୁଛି
ଏ ମାଟି ଅଛି ଯା' ପାଖେ ଯେତିକି ।
ଏ ଆମ ଅମୁଲ ମୂଲ ,
ଜୀବଜଗତଙ୍କ ଏନ୍ତୁଡ଼ି ଶାଳ, ପଣତ କାନି ଗୋ
ତାକୁ ବଞ୍ଚିଇବା ଚାଲ (୨) ।