Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ଏଇ ଧନ ଖୋଜି ଅଶାନ୍ତିରେ ଦିନ

ଏଇ ଧନ ଖୋଜି ଅଶାନ୍ତିରେ ଦିନ

1 min
6.8K


ଏଇ ଧନ ଖୋଜି ଅଶାନ୍ତିରେ ଦିନ

 

ପର୍ଶୁରାମ ବିଶ୍ୱାଳ

 

ସତର ବରଷ ହେଲାଣିରେ ଜଗା

ପୁରୀରେ କରିଛି ଘର

ମେଲେଇ ଦେଇଛି ଅଠର ଦୋକାନ,

ଦେଖିନି ଶ୍ରୀମୁଖ ତୋର,

ସାଇ ଭାଇ ବନ୍ଧୁ ମୋର ଘରେ ରହି

କରନ୍ତି ତୋ ଦାଣ୍ଡେ ଭିଡ଼

କି ଖୁସି ହୁଅନ୍ତି ଖାଇଛନ୍ତି ଯିଏ

ତୋ ପଣ୍ଡାର ବେତମାଡ଼

କହରେ ଠାକୁର ଇଏ କି ବିଚାର

କାହିଁ ଗଲା ମୋର-ତୋର ?

 

କରମ କରିବି, ଧନ ଅରଜିବି,

ମୋ ଜୀବନ ହେବ ଧନ୍ୟ

ପୁରୀ ସହରରୁ ଫାଳେ ମୁଁ କିଣିଲେ

ପୂରିବ ମୋ ମନସ୍କାମ

ଆଜି ମୁଁ ଜାଣୁଛି ଏ ବୁଢ଼ା ବଅସେ

ସବୁ ମିଛ, ତୁହି ସାର ।

 

ଏ ସଂସାର ଚିର, ନୁହେଁ କେ’ କାହାର

ପୁତ୍ର, ଭାର୍ଯ୍ୟା, ବନ୍ଧୁ, ଭାଇ

ଏଇ ଧନ ଖୋଜି ଅଶାନ୍ତିରେ ଦିନ

ବିତୁଅଛି, ଶାନ୍ତି ନାହିଁ

ତୋ ପାଦେ ଗୁହାରି, ଯୋଗୀଟିଏ କରି

ବୁଡ଼େଇଦେ’ ମୋ ବେପାର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in