ଏ କେମିତିକା ଉପହାର
ଏ କେମିତିକା ଉପହାର
ଏ କେମିତିକା ଉପହାର
ଚାଷୀକୁ ପ୍ରଥମେ ବିଷ ଦେଇ
ପରିବାରକୁ କରନ୍ତି ନିସ୍ଵଃ,
ଭୂମିହୀନ କହି କାଳିଆ ଟଙ୍କାରେ
କେମିତି କରାନ୍ତି ବଶ।
ପୁଣି ବଇନା ରଖନ୍ତି ଉପହାର ଦେଇ
ଜିତିବାକୁ ଭୋଟ ବାକ୍ସ।(୦)
ଏ କେମିତିକା ଉପହାର।
ନାରୀ ନିର୍ଯ୍ୟାତନା, ନାରୀ ଦୁଷ୍କର୍ମର
ସମ୍ବାଦର ଉପହାର,
ସମ୍ବାଦପତ୍ରର ପୃଷ୍ଠା ଭରିଯାଏ
ସାମ୍ବାଦିକଙ୍କୁ ନ ଥାଏ ତର,
ତା ସାଥିରେ ପୁଣି ଗୁଣ୍ଡାଗିରି ଚାଲେ
ଭୟ କେତେ ଅଶାନ୍ତିର।
ଏ କେମିତିକା ଉପହାର।(୧)
ଶିକ୍ଷା ଓ ଶିକ୍ଷକ ଭାତ ଡାଲମାରେ
ସଦା ଘଣ୍ଟାଘଣ୍ଟି ହୋଇ,
ଶିକ୍ଷାମାନବୃଦ୍ଧି ହେଉ ବା ନ ହେଉ
ସେ ଆଡେ କା ନିଘା ନାହିଁ,
ଦୁଇ ଦୁଣେ ପଛେ ନଅ କହୁ ପିଲା
ଓଡ଼ିଆ ଅକ୍ଷର ଚବିଶ ଯେ ଥେଲା
ଯାହା ଦିଅନ୍ତୁ ଉତ୍ତର।
ଏ କେମିତିକା ଉପହାର (୨)
୭୦ଲକ୍ଷ ନାରୀ ସଶକ୍ତିକରଣ
ସବୁଆଡେ ଛୁଟେ ନାରା
ବିଚ୍ ବଜାରରେ ନାରୀର ଇଜ୍ଜତ
ନିଲାମ ହୁଏ ଖୁଲମଖୁଲା,
ପିଠା ଯୋଜନାରେ ପିଠାକୁ ନେଇ
କେତେ ହୁଏ ହାଲ୍ଲାକୁଲ୍ଲା,
ସ୍ଵାଧୀନ ଦେଶର ସ୍ଵାଧୀନ ଆମେ ସବୁ
କହୁଥାନ୍ତି ବାରବାର।
ପୁଣି ଏ କେମିତିକା ଉପହାର।(୩)
ଭୁଲି ଘରଦ୍ଵାର ଜଗିଥାଏ ରହି
କାହାକୁ ନ କରି ଖାତର,
ସତ୍ୟପଥେ ଆଉ ଧର୍ମପଥେ ରହି
କରି ପର ଉପକାର,
କିଛି ଟଙ୍କା ଆଉ ଶୋକପାଳନରେ
କର୍ତ୍ତବ୍ୟ ସାରନ୍ତି ବରାବର।
କୁହ ଏ କେମିତିକା ଉପହାର।(୪)
ପ୍ରଣତି ମହାପାତ୍ର
ଫକୀରମୋହନ ନଗର
ବାଲେଶ୍ଵର