Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

3  

Prasant Kumar Nath

Others

ମୁଁ କବିର କଲମ

ମୁଁ କବିର କଲମ

1 min
157



କେତେ ଗଳ୍ପ ଆଉ କାହାଣୀ ଲେଖିଛି

ହିସାବ ତାହାର ନାହିଁ

ପ୍ରେମିକ ମନର ଅକୁହା କଥାକୁ

ଗୀତରେ ଦେଇଛି କହି ।

ଆଙ୍କିଛି ଅନେକ ଗାଆଁ ପ୍ରତିଛବି

କାହା ମନ ଡାଏରିରେ

ପୁରୁଣା ସ୍ମୃତିକୁ ଜୀବିତ କରିଛି

କାହା ଆଖି ଆଇନାରେ ।ପ0

ପ୍ରେମ ଭାବନାକୁ ଆଙ୍କି ମୁଁ ଦେଇଛି

ହୃଦୟର କାଗଜରେ

କା'ପାଇଁ ଲେଖିଛି ବିରହ କବିତା

ଧୋକା ଖାଇଗଲା ପରେ ।

ଫୁଟିଛି କେବେ ମୁଁ ଫୁଲଟିଏ ହୋଇ

ଧରଣୀର ବୁକୁ ଫାଡ଼ି

କଣ୍ଟାଟିଏ ହୋଇ ଛାତିରୁ କାହାର

ଦେଇଛି ରକ୍ତ ନିଗାଡି ।

ଗରିବ ମନର ଅକୁହା କଥାକୁ

ପ୍ରକାଶ କରିଛି କେତେ

ଚୋର ଖଣ୍ଟଙ୍କର କଳା କାରନାମା

ଆଣିଛି ପଦାକୁ ଯେତେ ।

ଦୁର୍ନୀତି ବିରୁଧେ ଲଢେଇ କରିଛି

ମନରେ ସାହସ ବାନ୍ଧି

ଦୁନିଆଁର ଏହି ବିଚିତ୍ର ନ୍ୟାୟରେ

ମଉନେ ଋଷିଛି କାନ୍ଦି ।

ବର୍ଣ୍ଣନା କରିଛି ପ୍ରିୟାର ରୂପକୁ

ଜହ୍ନ ଆଲୁଅରେ ବସି

ଦୁଃଖୀ ମଣିଷର ଜୀବନରେ ପୁଣି

ସାଜିଛି ଅନେକ ଖୁସି ।

ଦୁଃଖିନୀ ମାଆର ଛାତିର କୋହକୁ

କାଗଜେ କରିଛି ଲୁହ

ସେହି କାଗଜରେ ଦେଖାଇଛି ଆଣି

ଦୁଃଖୀ ଦରିଦ୍ରଙ୍କ ମୁହଁ ।

କେତେ ଇତିହାସ ଗୌରବର ଗାଥା

ଆଙ୍କିଛି ମୁନରେ ମୋର

କବି ଯଦି ଅଟେ ଶିଳ୍ପୀ ଯେ ଗୋଟିଏ

ମୁଁ ଅଟେ ନିହାଣ ତାର ।



Rate this content
Log in