ପ୍ରଣୟ ଶୃଙ୍ଗାର
ପ୍ରଣୟ ଶୃଙ୍ଗାର
ହାତକୁ ମୋହର ତୁମ ହାତେ ଦେଲି
ଯଜ୍ଞ କୁଣ୍ତ ରହିଲା ସାକ୍ଷୀ,
ମଥାରେ ମୋହର ସିନ୍ଦୂର ଭରିଲ
କରିନେଲ ପ୍ରିୟ ସଖି ।
ସଜାଇଲି ମୋର ଶରୀରକୁ ସାଥୀ
ସୋରିଷ ଫୁଲିଆ ଶାଢିରେ,
ତୁମ ପାଦ ସହ ମୋ ପାଦ ମିଳାଇ
ବୁଲିଲି ମୁଁ ଯଜ୍ଞକୁଣ୍ଡ ଚତୁପାର୍ଶ୍ୱରେ ।
କୃୃଷ୍ଣଚୂଡାରୁ ନାଲିରଙ୍ଗ ଆଣି
ପାଦେ ଟାଣିଲି ଅଳତା ଗାରେ,
କଥା ଦେଲି ସାଥୀ ଏଇ ଜନ୍ମ ନୁହେଁ
ଜନ୍ମ ଜନ୍ମ ପାଇଁ ରହିବି ସାଥେ ତୁମର ।
ବିଜନ ବେଳାରେ ଆସିବି ମୁଁ ସାଥୀ
ତୁମ ଅଙ୍କ ପଲଙ୍କରେ,
କପାଳରେ ମୋର ଓଠ ସ୍ପର୍ଶ ଦେଇ
ଭିଜାଇବ ମୋତେ ଅସ୍ତସୂର୍ଯ୍ୟର ଆଭାରେ ।
ମୋ ଶୃୃୃଙ୍ଗାରର ଶେଷ ସ୍ପର୍ଶ ହେବ
ତୁମରି ପବିତ୍ର ଛୁଆଁରେ;
ବାଡୁଅ ପାଣିରେ ହୃଦୟ ଦେଇଛି,
ତନୁ ସମର୍ପିଲି ତୁମ ପ୍ରଣୟ ପୂଜାରେ ।
##ମମତା ମଞ୍ଜରୀ ଦାସ ,କଟକ##