Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

2  

Writer Roja Panda

Others

ତୁମ ପ୍ରତୀକ୍ଷାରେ

ତୁମ ପ୍ରତୀକ୍ଷାରେ

1 min
6.8K


ତୁମେ ଆସିବ ଆସିବ ବୋଲି ତ,

ମୁଁ ରାତି ପରେ ରାତି କାଟୁଛି,

ଦିନ ଗଣିଗଣି ଚାଲିଛି ,

କେବେ ତୁମେ ଆସିବ?

ହେଲେ ତୁମେ ଆସିବ ଆସିବ କହି

ଏଯାଏଁ ଅସୁନ,

ଅଥଚ କହିଚାଲିଛ ସହରଟା ସାରା

ତୁମେ ନଆସିବା ଯାଏ ,

ଯନ୍ତ୍ରଣାରେ ଛଟପଟ ହେବି ମୁଁ

ତୁମେ ଆସିଲାପରେ ,

ଦୀପ ଜଳିବ, ଫୁଲ ଫୁଟିବ,

ଆଉ ମତେ ଯନ୍ତ୍ରଣାରୁ ମିଳିଯିବ ମୁକ୍ତି,

ତୁମକୁ କେବେ ଦେଖିନି ତ,

ସେଥିପାଇଁ ମନେମନେ ବହୁତ ଖୋଜୁଛି ତୁମକୁ,

ଖୋଜୁଛି ଦୀପର ମିଞ୍ଜିମିଞ୍ଜି ଆଲୁଅରେ,

ରୁମାଲରେ, ବହିରେ,ଖାତାରେ,

ଆଉ ପୁଣି ଖୋଜୁଛି ,

ଧପ ଧପ ଜଳୁଥିବା ମହମବତୀର ଆଲୁଅରେ,

କେବେ ଆସିବ ତୁମେ?

କେବେ ଆସିବ ତୁମେ?


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


Rate this content
Log in