Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Others

3  

Pranati Mahapatra

Others

ଦୁହିତା

ଦୁହିତା

1 min
6.7K


ସୃଷ୍ଟିକର୍ତ୍ତା ବ୍ରହ୍ମା ମନଧ୍ୟାନ ଦେଇ

   ଗଢିଲେ ସୁନ୍ଦର ମୂରତି ଟିଏ,

ସ୍ନେହ ,ଶ୍ରଦ୍ଧା, ଦୟା, କ୍ଷମାର ସୁଗୁଣ

 ଭରିଦେଲେ ତା'ର ଅନ୍ତରେ ସିଏ।

ସବୁ ଜନକଙ୍କ ଆଦରରେ ବଢେ

   ନାମଟି ତାହାର ହେଲା ଦୁହିତା,

ରୂପରେ ଗୁଣରେ ବାନ୍ଧଇ ସଭିଙ୍କୁ

    ପୁଣି ହୋଇଯାଏ ଜଗତଜିତା।

ଜୀବନ କାଳରେ ତା' ଜନମ ହୁଏ

   ଦୁଇ ଦୁଇ ଥର ଦୁଇଟି କୁଳେ,

କନ୍ୟା ନାମେ ରହେ ପିତୃ ଆଳୟରେ  

ବୋହୂ ରୂପେ ଶାଶୁ ଶ୍ୱଶୁର ମେଳେ।

ଜନକ ଗୃହରେ ପିତାମାତା ଆଉ

 ଭ୍ରାତା ପରିଜନେ ବାନ୍ଧେ ଡୋରିରେ,

ସ୍ଵାମୀର ସଂସାରେ ସଂସାର ବନ୍ଧନେ

 ସୁସନ୍ତାନ ଦାନେ ସତକର୍ମ କରେ।

ସୁଖ ଖୁସି ସବୁ ଜଳାଞ୍ଜଳି ଦେଇ

  ଦୁଇ କୁଳ ପାଇଁ ଜାଳେ ଦୀପାଳି,

ସତ୍ୟ, ଧର୍ମ ,ନ୍ୟାୟ ଆଲୋକକୁ ଦେଇ

  ଦୁହିତା ନାମରେ ଯାଏ ସେ ଜଳି।

   ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

   ଫକୀର ମୋହନ ନଗର

        ବାଲେଶ୍ୱର


Rate this content
Log in