Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Jal

Others

3  

Sarat Jal

Others

ସୁନ୍ଦରୀ ମୌସୁମୀ

ସୁନ୍ଦରୀ ମୌସୁମୀ

1 min
7.0K



ମୌସୁମୀ ଆସିଛି ଧରିତ୍ରୀ ହସୁଛି

ଖୁସିରେ ଭାସୁଛି ମହୀ

ସବୁ ମହଲରେ ଚାଲିଛି ଚର୍ଚ୍ଚା

ସୁନ୍ଦରୀ ମୌସୁମୀ ପାଇଁ ॥


ପହିଲି ବରଷାଛିଟାରେ ଭିଜିଛି

ଶୁଖିଲା ମନର ମାଟି

ଆଉ କିଛିଦିନ ତୁମର ବିଳମ୍ବେ

ହୃଦୟଟା ଯାନ୍ତା ଫାଟି ॥


ଲାଗି ଝାଂଜିଖରା ପ୍ରେମତରୁ ପରା

ଝାଉଁଳି ସେ ପଡିଥିଲା

ତୁମରି ଶୀତଳ ସମୀର ସ୍ପର୍ଶେ

ପୁନଃ ଜୀବନ ପାଇଲା ॥


କି ଦିନ କି ରାତି ତୁମ ପ୍ରତୀକ୍ଷାରେ

ସମୟଟା ଆନମନା

ତୁମ ଆଗମନେ ସବୁରି ଜୀବନେ

ପ୍ରୀତିମୟ ସବୁଜିମା ॥


ଘନ ଅନ୍ଧକାରେ ପହିଲି ଦେଖାରେ

ବେଙ୍ଗୁଲୀ ଗାଇଲା ଗୀତ

ହୃଦୟ କ୍ଷେତରେ ସପନ ପଥରେ

କୃଷକ ହୋଇଲା ମିତ ॥


ମନଉପବନେ ଫୁଟିଲା କୁସୁମ

ଛୁଟିଲା ସେ ଚଉଦିଗ

ତୁମେ ଆଉ ଥରେ ଅଣଦେଖା ହେଲେ

ଯନ୍ତ୍ରଣାଟା ହେବ ଭୋଗ ॥


ଶରତ ଚନ୍ଦ୍ର ଜାଲି,ପଥରା

ତା:୧/୭/୧୮


Rate this content
Log in