Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisa priyadarsini Nanda

Inspirational

5.0  

Monalisa priyadarsini Nanda

Inspirational

ସଂସ୍କାର

ସଂସ୍କାର

1 min
181



ସମ୍ପ୍ରତି ସମାଜେ ନୈତିକ ଶିକ୍ଷାର ଅଭାବ                     

       ଦୃଶ୍ୟମାନ ହେଉଅଛି 

ପିତା ମାତା ଏଥିପାଇଁ ଶହେ ପ୍ରତିଶତ 

      ଦାୟୀବୋଲି ମୁଁ କହୁଅଛି||

ମାତା ପିତାଙ୍କ ପ୍ରେରଣାରେ ସେ ସାତସିନ୍ଧୁ 

       ପରିହୋଇଯାଇ ଥାଏ 

 ଅବହେଳା କଲେ କଞ୍ଚା ମାଟି ହାଣ୍ଡି ଭଳି

      ତା ଭଵିଷ୍ୟତ ଭାଙ୍ଗି ଯାଏ||

ପ୍ରଥମେ ଚକ୍ଷୁ ଖୋଲି ସେ ସ୍ପର୍ଶ ପାଇଥାଏ 

      ସର୍ବସଂହା ଜନ୍ମଭୂମିର 

ଦ୍ୱିତୀୟରେ ଜନ୍ମିତ ମାତାର କୋଳେ କୁଆଁ 

     ଶବ୍ଦ ରେ ହୁଏ ବିଭୋର ||

କ୍ରମଶ ତାର ଶରୀର ବୃଦ୍ଧି ସହିତ ମାନସିକ 

      ବିକାଶ ସାଧିତ ହୋଇଥାଏ 

ତାର ଗୁଣଗାରିମା ଚାରିଆଡେ ବିସ୍ତୃତ ହୁଏ 

     ଯଦି ନୈତିକ ଶିକ୍ଷା ଥାଏ ||

ସହପାଠୀ ମେଳେ ଆଦରର ପାତ୍ର ହୋଇ

ସଭିଙ୍କ ହୃଦୟ ଜିତେ

ଗୁରୁ ଗୁରୁଜନଙ୍କର ଆଶୀର୍ବାଦ ତାମସ୍ତକେ

ପ୍ରତୀୟମାନ ହୁଏ ସତେ||


   


Rate this content
Log in

Similar oriya poem from Inspirational