Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Inspirational

3  

Debabrata Jena

Inspirational

ସଚ୍ଚା ଦେଶ ସେବକ

ସଚ୍ଚା ଦେଶ ସେବକ

1 min
6.9K


ଝଡ଼ ,ଝଞ୍ଜା,କଣ୍ଟକିତ ବା ବନ୍ଧୁର ପଥ
ଅଟକି ନାହିଁ ମୁଁ କେବେ ନିଜ ସ୍ୱାର୍ଥ ପାଇଁ
ସମୂହ କଲ୍ୟାଣ ପାଇଁ ମୁଁ ଯେ ସମର୍ପିତ
ଚରେଇବେତିର ମନ୍ତ୍ର ଗାଇ ଗାଇ ।।

ଗୁଳି ଗୋଳା କମାଣକୁ ଖାତିର ନ କରି
ଆଗୁସାର ହୁଏ ମୁଁ ଯେ ଆଲୋକର ପଥେ
ଜୟ ଅବା ପରାଜୟ ପାଇଁ ମୁଁ ନ ଡରି
ସୁରକ୍ଷା ବଳୟ ସାଜେ ରାଷ୍ଟ୍ର ସମ୍ମାନାର୍ଥେ ।।

ସିଆଚେନ ଗ୍ଲାସିଆର ଅବା କାରଗିଲ
ବରଫର ତମ୍ବୁ ଅଟେ ମୋ ପାଇଁ ସରଗ
ରାତି ପ୍ରହରାରେ ନିଜେ ହୋଇଣ ସାମିଲ
ସହିଛି ଦୁଃଖ ଯନ୍ତ୍ରଣା , ପିଇଛି ଆବେଗ ।।

ସୈନିକ ଅଟଇ ମୁହିଁ ରକ୍ଷକ ଦେଶର
ସଦା ଦେଇଚାଲିଥିଵି ସେବା ନିରନ୍ତର ।।




Rate this content
Log in

Similar oriya poem from Inspirational