Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics Romance

5.0  

ବି. ନିରୁପମା

Classics Romance

କି କରିବି ବୁଦ୍ଧି ଦେଖା

କି କରିବି ବୁଦ୍ଧି ଦେଖା

1 min
7.6K



ମୁହଁସଞ୍ଜବେଳେ ଯମୁନା କୂଳକୁ

ଯାଇଥିଲି ସଖି ଏକା ,

ଅଚାନକ ସେଠି ନନ୍ଦ ପୁଅ ସଙ୍ଗେ

ହୋଇଗଲା ମୋର ଦେଖା।(୦)


କଣେଇ କଣେଇ ଚାହିଁଲା ସେ ମୋତେ

ଅଧରେ ଫୁଟାଇ ହାସ ,

ତରତର ହୋଇ ଫେରି ଆସିଲି ମୁଁ

କାଖରେ ଘେନି କଳସ ।

କାଳେ ଆଉ କିଏ ଦେଖିନେବ ବୋଲି

ମନରେ ପଶିଲା ଦକା ।(୧)


ମୁହଁସଞ୍ଜବେଳେ ଯମୁନା କୂଳକୁ

ଯାଇଥିଲି ସଖି ଏକା ,

ଅଚାନକ ସେଠି ନନ୍ଦ ପୁଅ ସଙ୍ଗେ

ହୋଇଗଲା ମୋର ଦେଖା ।

ଜାଣିଛ ତ କାହ୍ନା କେଡ଼ିକି ଛଳିଆ

କେତେ କଥା ତାକୁ ଜଣା ,

ଅବାଟରୁ କେବେ ବାଟକୁ ଆଣେ ସେ

କେବେ କରେ ବାଟ ବଣା ।

ସେଇ କଥା ଭାଳି ଛନକା ପଶିଛି

କି କରିବି ବୁଦ୍ଧି ଦେଖା ।(୨)


ମୁହଁସଞ୍ଜବେଳେ ଯମୁନା କୂଳକୁ ଯାଇଥିଲି ସଖି ଏକା ,

ଅଚାନକ ସେଠି ନନ୍ଦ ପୁଅ ସଙ୍ଗେ

ହୋଇଗଲା ମୋର ଦେଖା।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in